Home ଆନ୍ତର୍ଜାତୀୟ କ’ଣ ରଦ୍ଦ ହୋଇପାରେ ପ୍ରଥମ ଟି-୨୦ ମ୍ୟାଚ୍ ମ୍ୟାଚ୍ ! କାରଣ?

କ’ଣ ରଦ୍ଦ ହୋଇପାରେ ପ୍ରଥମ ଟି-୨୦ ମ୍ୟାଚ୍ ମ୍ୟାଚ୍ ! କାରଣ?

933

କ’ଣ ବର୍ଷାରେ ଧୋଇଯିବ ପ୍ରଥମ ଟି-୨୦
ଭାରତ ଏବଂ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଫ୍ଲୋରିଡାରେ ଖେଳାଯିବ, ଜାଣନ୍ତୁ ମ୍ୟାଚ୍ ସମୟରେ କେମିତି ରହିବ ପାଣିପାଗ

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଭାରତ ଏବଂ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ୩ଟି ମ୍ୟାଚର ଟି-୨୦ ସିରିଜ୍ ର ଆରମ୍ଭ ଶନିବାରଦିନ ହେଉଛି। ଟି-୨୦ ସିରିଜ୍ ର ପ୍ରଥମ ଦୁଇଟି ମ୍ୟାଚ୍ ଆମେରିକାର ତଟୀୟ ସହର ଫ୍ଲୋରିଡାରେ ହେବ। ଏପରିକି ୱେଷ୍ଟ ଇଣ୍ଡିଜ୍ ର ଟିମ କମଜୋର ମାନାଯାଉଛି, କିନ୍ତୁ ଯେତେବେଳେ ଟି-୨୦ କ୍ରିକେଟର କଥା ପଡ଼େ ତେବେ ଏହି ଟିମ ମଜଭୁତ ବିରାଟ ସେନାର ମଧ୍ୟ ହୋଶ ଉଡ଼ାଇ ପାରିବ। କିନ୍ତୁ ଗୋଟିଏ ଖବର ଏହି ଦୁଇ ଟିମ ବ୍ୟତୀତ ଫ୍ୟାନ୍ସର ମଧ୍ୟ ହୋସ୍ ଉଡ଼ାଇବା ପରି। ପ୍ରକୃତରେ ଫ୍ଲୋରିଡାର ପାଣିପାଗ ଏହି ମ୍ୟାଚ୍ ରେ ଦଖଲ ଦେଇପାରେ। ପାଣିପାଗ ୱେବସାଇଟ୍ସ ମୁତାବକ ମ୍ୟାଚ୍ ସମୟରେ ବର୍ଷା ହେବାର ଆଶଙ୍କା ଅଛି।

ଫ୍ଲୋରିଡାର ପାଣିପାଗ

Accuweather ମୁତାବକ ଫ୍ଲୋରିଡାରେ ହେବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ସମୟରେ ବର୍ଷା ହୋଇପାରେ। ଫ୍ଲୋରିଡାରେ ପ୍ରାତଃକାଳରେ ବର୍ଷାର ଆଶଙ୍କା ଅଛି। ମ୍ୟାଚ୍ ସମୟ ଦ୍ୱିପ୍ରହରରେ ମଧ୍ୟ ବାଦଲ ଢାଙ୍କି ବର୍ଷା ହୋଇପାରେ। ମୌସମ ବିଭାଗ ମୁତାବକ ଫ୍ଲୋରିଡାରେ ପ୍ରବଳ ବର୍ଷା ହୋଇପାରେ। ଯଦି ଏମିତି ହେଲା ତେବେ ହୋଇପାରେ କି ମ୍ୟାଚ୍ ରଦ୍ଦ କରିବାକୁ ପଡ଼ିବ। ଅବଶ୍ୟ ଫ୍ଲୋରିଡାର ଷ୍ଟାଡ଼ିୟମରେ ଭଲ ସୁବିଧା ଅଛି, ଯଦି ବର୍ଷା ସମୟରେ ରୋକିଯାଏ ତେବେ ପଡ଼ିଆକୁ ସୁଖାଇ ମ୍ୟାଚ୍ ପୂରା ହୋଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.