Home ଜିଲ୍ଲା ପରିକ୍ରମା ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ

ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ

36

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ବନ ମହୋତ୍ସବ ସପ୍ତାହ ଧରି ପାଳିତ ହୋଇଆସୁଅଛି । ବିଭିନ୍ନ ସ୍ଥାନମାନଙ୍କର ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଚରମ୍ପା ବରାଳପୋଖରୀ ଗ୍ରାମରେ ଥିବା ବିଦ୍ୟାଳୟ, ରାସ୍ତାକଡ, ଅମୃତ ପାର୍କ ଏବଂ ମନ୍ଦିର ପରିସରମାନଙ୍କରେ ଏହି ବୃକ୍ଷରୋପଣ କରାଯାଇଥିଲା । ଗଛ ଲଗାଯିବା ପରେ ଏହି ଗଛ ଗୁଡିକର କିପରି ଯତ୍ନ ନିଆଯାଇପାରିବ, ତାହାକୁ ନେଇ ସ୍ଥାନୀୟ ଲୋକ ମାନଙ୍କୁ ସଚେତନ କରାଇଥିଲା । ଫ୍ରେଣ୍ଡସ୍ ଗ୍ରୁପ୍‌ର ସଭାପତି ଯୁବ ସମାଜସେବୀ ରଶ୍ମିରଂଜନ ସାହୁଙ୍କ ନେତୃତ୍ୱରେ ମନୋଜ ରାଉଳ, ଚନ୍ଦନ ନାୟକ, ଜଗନ୍ନାଥ ମଳିକ, ସରୋଜ ବାରିକ, ରାହୁଲ ମଲ୍ଲିକ, ଆଶିଷ ସେଠୀ, ନଣ୍ଡା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.