Home କୋରାପୁଟ ଫେସବୁକ ହ୍ୟାକ କରି  ଆପତିଜନକ ଫଟୋ ଭାଇରାଲ ଘଟଣାରେ ଜଣେ ନାବାଳିକା ଗିରଫ

ଫେସବୁକ ହ୍ୟାକ କରି  ଆପତିଜନକ ଫଟୋ ଭାଇରାଲ ଘଟଣାରେ ଜଣେ ନାବାଳିକା ଗିରଫ

68

କୋରାପୁଟ ୩୦-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟିର ଜନୈକା ପୂର୍ବତନ କାଉନସିଲରଙ୍କ ଫେସବୁକ ହ୍ୟାକ କରି ଆପତିଜନକ ଫଟୋ ଭାଇରାଲ କରିବା ଘଟଣାରେ ଜଣେ ନାବାଳିକା ଗିରଫ ହୋଇଥିବା କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ କାଉନସିଲର ଲିଲି ବୁରୁଡିଙ୍କ ଫେସବୁକକୁ  ଗତବର୍ଷ ଡିସେମ୍ବର ମାସରେ କେହି ଜଣେ ଜାସିକା ନାମକ ଏକ ଫେକ ଆଇଡି  କରି ସେଠାରେ ଲିଲିଙ୍କ କିଛି ଆପତିଜନକ ଫଟୋ ଭାଇରାଲ କରିଥିଲେ ବୋଲି ଶ୍ରୀ ପଟନାୟକ ସୂଚନା ଦେଇଥିଲେ ।ଏ ନେଇ ଲିଲି ବୁରୁଡି ଗତ ବର୍ଷ ଡିସେମ୍ବର ମାସ ୧୪ ତାରିଖରେ କୋରାପୁଟ ଟାଉନଥାନାରେ ଏତାଲା ଦେଇଥିଲେ ଓ ୩୫୬ /୨୦ରେ ଧାରା ୨୯୪ ଓ ୫୦୯ଆଇପିସି ଏବଂ ୬୭ ଓ ୬୭ ଏ ଆଇଟି ଆକ୍ଟରେ ଏକ କେସ ରୁଜୁ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।କାଲିଫର୍ଣ୍ଣିଆର ଫେସବୁକ କର୍ତୂପକ୍ଷଙ୍କୁ ଏ ନେଇ ଏକ ଚିଠି ପ୍ରଦାନ କରାଯାଇଥିଲା ।ମାର୍ଚ୍ଚ ମାସରେ ଫେସବୁକରୁ ରିପୋର୍ଟ ପାଇଲା ପରେ ଟ୍ରାକ କରି ନାବାଳିକାକୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଅଭିଯୁକ୍ତ ନାବାଳିକା ଜଣକ ଅଭିଯୋଗକାରିଣୀଙ୍କ ସଂପର୍କିୟ ଭଉଣୀ ଅଟନ୍ତି ଓ ବ୍ୟକ୍ତିଗତ ଶତ୍ରୁତା ପାଇଁ  ସେ ଏଭଳି କରିଥିବା ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ପଟନାୟକ ସୂଚନା ଦେବା ସହ ୪୧ ସିଆରପିସି ନୋଟିସ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ନାବାଳିକାର ମୋବାଇଲ ଜବତ କରାଯାଇଥିବା ବେଳେ ନାବାଳିକା ହୋଇଥିବାରୁ ନାମ ଗୋପନ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।ସାମ୍ବାଦିକ ସମ୍ମଳନୀରେ କୋରାପୁଟ ଟାଉନଥାନାର ଏସଆଇ ଚିତରଂଜନ ପ୍ରଧାନୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.