Home କୋରାପୁଟ କୋରାପୁଟ ବାୟାମଶାଳାର ଦୁଇ ସମ୍ମାନ୍ନିତ

କୋରାପୁଟ ବାୟାମଶାଳାର ଦୁଇ ସମ୍ମାନ୍ନିତ

30

କୋରାପୁଟ  ୩୦-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବାୟାମଶାଳାର ଦୁଇ ଜଣ ସଦସ୍ୟଙ୍କୁ ସମ୍ମାନ୍ନିତ କରାଯାଇଥିବା ଜଣାପଡିଛି ।କୋରାପୁଟ ବାୟାମଶାଳାର ସଦସ୍ୟ ସପନ କୁମାର ବସନ୍ତିଆ ସୁନ୍ଦର ରାୟଗଡା ଓ ଟିକିରିରେ ଆୟୋଜିତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଏବଂ ବଲାଙ୍ଗୀରରେ ଆୟୋଜିତ ପ୍ରତିଯୋଗିତାରେ ୨ ୟ ସ୍ଥାନ ପାଇ ପୁରସ୍କୃତ ହୋଇଥିଲେ ।ସେହିପରି  ସତ୍ୟ ନାରାୟଣ ପାଣି ଜାମସେଦପୁରରେ ଆୟୋଜିତ ସର୍ବଭାରତୀୟ ଶକ୍ତି ଉତୋଳନ ପ୍ରତିଯୋଗିତାର  ୮୩ କେଜି ବର୍ଗରେ ପ୍ରଥମ ସ୍ଥାନ ପାଇ ପୁରସ୍କୃତ ହୋଇଥିଲେ ।କୋରାପୁଟ ଜିଲ୍ଲାର ୨ ଜଣ ଯୁବକ ପୁରସ୍କାର ପାଇ ଜିଲ୍ଲା ପାଇଁ ଗୈାରବ ଆଣିଥିବାରୁ ବାୟାମଶାଳା ପରିସରରେ ସହରର ବରିଷ୍ଠ ନାଗରିକ ଉମେଶ ଚନ୍ଦ୍ର ଲେଙ୍କାଙ୍କ ଦ୍ୱାରା ଉପଢୈାକନ ଦେଇ ସମ୍ମାନ୍ନିତ କରାଯାଇଥିଲା ।ଏହି ଉତ୍ସବରେ ବାୟାମଶାଳାର ସଂପାଦକ ଭବାନୀ ଶଙ୍କର ମିଶ୍ର , ବରିଷ୍ଠ ନାଗରିକ ମଧୁସୂଦନ ନାୟକ ଓ ଅନେକ ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.