Home କେନ୍ଦୁଝର ଫେରାର କୁଖ୍ୟାତ ଅପରାଧି ରାଜୁ ସୋନକାର ଗିରଫ

ଫେରାର କୁଖ୍ୟାତ ଅପରାଧି ରାଜୁ ସୋନକାର ଗିରଫ

117

ଯୋଡା, ୧୬/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ଅପରାଧି ରାଜୁ ସୋନକାରକୁ ଶେଷରେ ଯୋଡା ପୁଲିସ ଗିରଫ କରିଛି । ୨୦୧୨ ମସିହା ଠାରୁ ସୋନକାର ତାର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିବା ବେଳେ ତା ନାମରେ ୨୦୧୨ରେ ୨ଟି, ୨୦୧୩ରେ ୬ଟି, ୨୦୧୫ରେ ୧ଟି, ୨୦୨୦ମସିହାରେ ୨ଟି ମାମଲା ରହିଛି । ୧୦.୦୩.୨୦୨୦ରେ ସୋନକାର ସତ୍ୟଜିତ୍ ମହାତୋ ନାମକ ଜଣେ ବ୍ୟକ୍ତିକୁ ଯୋଡା ବସ୍ ଷ୍ଟାଣ୍ଡ ନିକଟରେ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ କରିନେଇଥିଲା ବୋଲି ଅଭିଯୋଗ ରହିଥିଲା । ସେହିପରି ଅନ୍ୟ ଏକ ଘଟଣାରେ ୨୯.୦୨.୨୦୨୦ରେ ସାମାନ୍ୟ ବଚସା ପରେ ଗୌତମ ଲୋହର ନାମକ ବିଲେଇପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଗିଟିଏ ହାତର ଆଙ୍କୁଠି କାଟିନେଇଥିଲା । ୨ଟି ଯାକ ଘଟଣାରେ ସେ ସେବେ ଠାରୁ ଫେରାର ଥିଲା । ତେବେ ସୋନକାରର ପରିବାର ଯୋଡାସ୍ଥିତ ହନୁମାନ ହଟିଂରେ ରହୁଥିବା ବେଳେ ସୋନକାର ସେବେଠାରୁ ଫେରାର ରହି ମଝିରେ ମଝିରେ ଯୋଡାକୁ ଆସି ବିଭିନ୍ନ ଅପରାଧମାନ ଘଟାଇ ଚାଲିଥିଲା । କୌଣସି ସୂତ୍ରରୁ ପୁଲିସ ଖବର ପାଇ ବିଭିିନ୍ନ ସ୍ଥାନରେ ଚଢାଉ କରି ସୋନକାରକୁ ଯୋଡା ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.