Home ଜିଲ୍ଲା ପରିକ୍ରମା ପୌର କର୍ମଚାରୀଙ୍କ ଦୌରାତ୍ମ୍ୟର ପ୍ରତିବାଦ – ହୋଲସେଲ୍‌ରିଟେଲ୍ ଫଳ ବ୍ୟବସାୟୀ ସଂଘର ଫେରାଦ

ପୌର କର୍ମଚାରୀଙ୍କ ଦୌରାତ୍ମ୍ୟର ପ୍ରତିବାଦ – ହୋଲସେଲ୍‌ରିଟେଲ୍ ଫଳ ବ୍ୟବସାୟୀ ସଂଘର ଫେରାଦ

109

ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ସାମାଜିକ ଦୂରତା ରକ୍ଷା ପାଇଁ ଜନଗହଳି ହ୍ରାସ ଆଳରେ ପୌରପାଳିକା ପକ୍ଷରୁ ଫାଣ୍ଡିବଜାର ଫଳ ଦୋକାନୀଙ୍କ ଉପରେ ଜୁଲମ କରିଥିବା ନେଇ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ହୋଲସେଲ ଓ ରିଟେଲ ଫଳ ବ୍ୟବସାୟୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସପ୍ତାହରେ ମାତ୍ର ୫ ଦିନ ଦୋକାନ ଖୋଲୁଥିବା ଦୋକାନୀଙ୍କ ଉପରେ ପୌରପାଳିକା କର୍ମଚାରୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇଥିବା ସଂଘର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି। କର୍ମଚାରୀମାନେ ବିନା କାରଣରେ ଦୋକାନୀଙ୍କ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ଖରାପ ବ୍ୟବହାର କରିବା ନେଇ ଦୋକାନୀଙ୍କ ପକ୍ଷରୁ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପୌରପାଳିକା ପକ୍ଷରୁ ଦୋକାନୀଙ୍କ ପାଇଁ ଅଦ୍ୟାବଧି କୌଣସି ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା ହୋଇ ନଥିବା ବେଳେ ଦୀର୍ଘବର୍ଷ ଧରି ଏହି ଫାଣ୍ଡିଛକରେ ସେମାନେ ଫଳ ବିକ୍ରି କରି ଆସୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଜୁଲମ୍ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଫଳ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ କହିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ଦାବିରେ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା। ଦାବିପତ୍ର ପ୍ରଦାନ ବେଳେ ରଂଜନ ବାଗ, ମଙ୍ଗଲ ଚରଣ ମହାନ୍ତି, ରାଜେନ୍ଦ୍ର ଚାଟାର୍ଜୀ, ହେମନ୍ତ କୁମାର ସାହୁ, ମହେନ୍ଦ୍ର ପରିଡ଼ା, ଧର୍ମେନ୍ଦ୍ର ରାଉତ, ଜଗନ୍ନାଥ ଦାସ, ରଣଜିତ୍ କୁମାର ରାଉତ, ଗଣେଶ ଦାସ, ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.