Home ଓଡ଼ିଶା ପଦ୍ମବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି

ପଦ୍ମବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି

94

ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମାଘ ମାସ ଅମାବାସ୍ୟା ଠାରୁ ଶ୍ରୀପଂଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡିଲେ ସେହିଦିନ ମହାପ୍ରଭୁଙ୍କ ଅତିବରମଣୀୟ ପଦ୍ମ ବେଶ ହୋଇଥାଏ। ତେଣୁ ଆଜି ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥିଲା। ବଡସିଂହାର ବେଶରେ ଠାକୁର ମାନଙ୍କୁ ଏହି ବେଶ କରାଯାଇଥାଏ। ଏହି ବେଶ ପରେ ଖିରୀ ଅମାଲୁ ଭୋଗ କରାଯାଏ। ପଦ୍ମ ବେଶ ଥାଇ ଠାକୁରମାନେ ପଉଢ ହେବେ। ଗୁରୁବାର ମଙ୍ଗଳାଆଳତୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ବେଶ ରହିବ। ମଙ୍ଗଳ ଆଳତୀରେ ଭକ୍ତ ମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିଥିଲେ। ଅବକାଶ ହୋଇ ବେଶ ଓ ଲାଗି କରାଯାଇଥିଲା। ପ୍ରଚଳିତ ପରମ୍ପରା ଅନୁଯାୟୀ ବଡସିଂହାର ବେଶରେ ଏହି ବେଶ କରାଯାଇଥିଲା।

ଏହି ବେଶରେ ଠାକୁରମାନେ ସୋଲରେ ନିର୍ମିତ ପଦ୍ମପାଖୁଡାର ମୁଖା ପିନ୍ଧିଥିଲେ। ସେହି ମୁଖା ସହିତ ଠାକୁରଙ୍କୁ କରିଟି ଓ ଚୂଳ ଲାଗି କରାଯାଇଥିଲା। ମହାପ୍ରଭୁଙ୍କ ହସ୍ତରେ କଦମ୍ବ ଫୁଲର ପରପଲ୍ଲବ ଲଗାଯାଇଥିଲା। ସିଂହାରୀ ଖୁଂଟିଆ ଚାଙ୍ଗଡା ଏବଂ ଗରାବଡୁ ପ୍ରମୁଖ ସେବକ ମାନେ ଏହି ବେଶରେ ମହାପ୍ରଭୁଙ୍କୁ ସଜିତ କରିଥିଲେ। ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ଶପ୍ତଶତାଦ୍ଦୀର ବଡଛତା ମଠର ମହାନ ସନ୍ଥ ରଘୁବର ଦାସ। ତେଣୁ ପଦ୍ମ ବେଶ ପାଇଁ ମଠ ପକ୍ଷରୁ ସମସ୍ତ ଖର୍ଚ୍ଚ ଯୋଗାଇ ଦିଆଯାଇଥାଏ। ସୋଲ ଶିଳ୍ପୀ ଶ୍ରୀରଣା ତିନୋଟି ଶ୍ରୀମୁଖ ପଦ୍ମ ତିନୋଟି ଚୂଳ ୮୦ ଟି ପଦ୍ମ ଫୁଲ ୮୦ ଟି ଆମ୍ବକସି ୪ଟି ପରପଲ୍ଲବ ୭ଟି ଗଛ ୪ଟି ହଂସ ୪ଟି କୁଣ୍ଡଳ ୨ଟି କ୍ରୀଡକୀ ୨ଟି ତିଳକ ଏବଂ ୨୦ ଟି କର୍ଣ୍ଣମୋଷାଳ ପ୍ରସ୍ତୁତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.