Home ଓଡ଼ିଶା ଫନି ବାତ୍ୟା ଯିବାର ଆଠମାସ ବିତିଥିଲେ ମଧ୍ୟ ଏବେବି କ୍ଷତିଗ୍ରସ୍ତ ହିତାଧିକାରୀ ଅର୍ଥ ପାଇନାହାନ୍ତି

ଫନି ବାତ୍ୟା ଯିବାର ଆଠମାସ ବିତିଥିଲେ ମଧ୍ୟ ଏବେବି କ୍ଷତିଗ୍ରସ୍ତ ହିତାଧିକାରୀ ଅର୍ଥ ପାଇନାହାନ୍ତି

186

ପୁରୀ, ୨୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଗତବର୍ଷ ମେ ମାସରେ ଘଟିଥିବା ପ୍ରଳୟଙ୍କରୀ ଫନି ବାତ୍ୟା ଜିବାର ଆଠ ମାସ ହୋଇଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଆର୍ଥିକ ସହାୟତା ହିତାଧିକାରୀମାନେ ପାଇପାରିନାହାନ୍ତି। ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ହୋଇଥିବା ଗୃହର ବିବରଣୀ ଆକଳନ କରି ଜିଲା ତହସିଲ ଙ୍କୁ ଦେଇଥିଲେ ମଧ୍ୟ ବହୁ ହିତାଧିକାରୀ ଏବେବି ସେମାନଙ୍କର ଆର୍ଥୀକ ସହାୟତା ନପାଇ ଦୁର୍ଦ୍ଦଶା ଭୋଗୁଛନ୍ତି।

ଯେଉଁମାନେ ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚୀତ ହୋଇଛନ୍ତି ସେମାନଙ୍କୁ ତାଙ୍କ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ଆର୍ଥିକ ସହାୟତା ପଠାଇଦିଆଯିବ ବୋଲି କୁହାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କର ଆକାଉଂଟକୁ ଟଙ୍କା ଆସିନଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏଦିଗରେ ତଦନ୍ତ କରି ଆର୍ଥିକ ସହାୟତା ସମ୍ଭବ ଶୀଘ୍ର ଯୋଗାଇଦେଲେ କ୍ଷତିଗ୍ରସ୍ତ ହୋଇଥିବା ହିତାଧିକାରୀ ମାନେ ଉପକୃତ ହୋଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.