Home ଓଡ଼ିଶା ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ଜୀବନରେ ଆଣିଛି ନୂଆ ସକାଳ : ରୂପା ଗାଙ୍ଗୁଲୀ

ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ଜୀବନରେ ଆଣିଛି ନୂଆ ସକାଳ : ରୂପା ଗାଙ୍ଗୁଲୀ

283

ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ବିଶାଳ ଜନସାମବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସମ୍ଭୋଧିତ କଲେ ସାଂସଦ ରୂପା ଗାଙ୍ଗୁଲୀ
ରାଇଘର/ଭୁବନେଶ୍ୱର, ତା.୨୧/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି। ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି ସାଂସଦ ଶ୍ରୀମତୀ ରୂପା ଗାଙ୍ଗୁଲୀ ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ଆୟୋଜିତ ଏକ ବିଶ।।ଳ ଜନସାମବେଶରେ ସମ୍ଭୋଧିତ କରିଛନ୍ତି।

ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତି ଯେ, ଭାରତ ବିଭାଜନ ପରେ ଅନେକ ଶରଣାର୍ଥୀଙ୍କୁ ବିଭିନ୍ନ ଉପାୟରେ ନାଗରିକତା ଦିଆଯାଇଛି। କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛି। ଏହା ପରେ ଭାରତରେ ନାଗରିକ ଭାବେ ରହିବାକୁ ଚାହୁଁଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବି ନାଗରିକତା ଦିଆଯାଇଛି। ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତ୍ତନ କରାଇଛି। ଧର୍ମ ପରିବର୍ତ୍ତନର କରିନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ହତ୍ୟା କରିଛି। ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ।

ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛି। କାରଣ ମୋ ବାପା ବାଲାଂଦେଶୀ ଥିଲେ। ମୋ ବାପା ଆଜି ବଂଚିଥିଲେ ସେ ଖୁସି ହୋଇଥାନ୍ତେ। ଶରଣାର୍ଥୀମାନଙ୍କ ମନରେ ସର୍ବଦା ନାଗରିକତା ପାଇବା ପାଇଁ ବ୍ୟାକୁଳତା ରହିଥାଏ। ଏହି ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ଜୀବନରେ ନୂଆ ସକାଳ ଆଣିଛି ବୋଲି ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତି।

ସଭାପରେ ଶ୍ରୀମତୀ ଗାଙ୍ଗୁଲି ସମାବେଶକୁ ଆସିଥିବା ଶରଣାର୍ଥୀମାନଙ୍କ ସହ ଏହି ଆଇନର ଉପକାରିତା ସଂପର୍କରେ ବୁଝାଇଥିଲେ। ଏହି ଆଇନ ଦ୍ୱାରା ଶରଣାର୍ଥୀମାନଙ୍କୁ ଭାରତର ନାଗରିକତାପ୍ରଦାନ କରାଯିବ ବୋଲି ଶ୍ରୀମତୀ ଗାଙ୍ଗୁଲୀ ଉପସ୍ଥିତ ଶରଣାର୍ଥୀଙ୍କୁ ଆଶ୍ୱସନା ଦେଇଥିଲେ।

ସିଏଏ ସମର୍ଥନରେ ଏକ ସଚେତନତା ବାଇକ ରାଲି ଉମରକୋଟ ଠାରୁ ବାହାରି ରାଇଘର ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା। ଏହି ନାଗରିକତା ସଂଶୋଧନ ଆଇନ ସମାବେଶରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି ଜଗଦିଶ ବିଶୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ଯୁବମୋର୍ଚ୍ଚା ସଂପାଦକ ସନ୍ତୋଷ ମହାପାତ୍ର, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନଙ୍କ ସମେତ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ ଏବଂ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.