Home ଓଡ଼ିଶା ପ୍ରଶାସନର ପ୍ରତିଶୃତି ପରେ ରାସ୍ତାରୋକ ହଟିଲା

ପ୍ରଶାସନର ପ୍ରତିଶୃତି ପରେ ରାସ୍ତାରୋକ ହଟିଲା

109

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୧୨- ନୟାଗଡ ଜିଲ୍ଲା ରଣପୁର ତହସିଲ ଛପରୀ କୋଇଲମା ମୈାଜାରେ ବେଆଇନ ଖଣି , ବେଆଇନ ବିସ୍ପୋରଣ  ବନ୍ଦ କରିବା ସହ ପଥର ଗୁଣ୍ଡ କଳ ବନ୍ଦ ଡାକରା ଦେଇ ବୃନ୍ଦାବନପୁର ଓ ଲୋଧାଚୁଆ ଜଙ୍ଗଲ ସୁରକ୍ଷା ପରିବେଶ ରକ୍ଷା କ୍ରିୟାନୁଷ୍ଠାନ କମିଟି ତରଫରୁ  ଆନ୍ଦୋଳନ ଜାରୀ ରହିଥିଲା । ଯାହାଫଳରେ ଡିସେମ୍ବର ୨ ତାରିଖ ଠାରୁ ସୁନାଖଳା ରଣପୁର ରାସ୍ତା କୋଇଲମା ଛକ ଠାରେ  ଅର୍ନିଦିଷ୍ଟ କାଳପାଇଁ ରାସ୍ତା ରୋକ ଡାକରା ଦିଆଯାଇଥିଲା । ରଣପୁର ପୋଲିସ ତରଫରୁ ବିପୁଳ ବିସ୍ପୋରକ ସାମଗ୍ରୀ , କମ୍ପ୍ରେସର ମେସିନ ଜବତ ଓ ୧୬ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ପରେ  ଆନ୍ଦୋଳନକାରୀ ମାନେ କିଛି ମାତ୍ରାରେ ଶାନ୍ତ ପଡିଥିଲେ ।

ଡିସେମ୍ବର ୧ ତାରିଖ ରେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ  , ରଣପୁର ତହସିଲଦାର ଯୁଗଳ ମିଶ୍ର ଓ ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ  ଆନ୍ଦୋଳନକାରୀ ମାନଙ୍କୁ ଡକାଇ ଆଲୋଚନା କରିଥିଲେ । ଆନ୍ଦୋଳନକାରୀ ମାନଙ୍କ ୭ ଗୋଟି ଦାବୀ କୁ  ପ୍ରଶାସନ ବିଚାର କରିବ ବୋଲି ପ୍ରତିଶୃତି ଦେଇଥିଲା ।  ଆନ୍ଦୋଳନକାରୀ ମାନେ ଡିସେମ୍ବର ୨ ତାରିଖ ସକାଳ ୯ ଘଟିକା ସମୟରେ ରାସ୍ତାରୋକ କରିଥିଲେ । ଉପ ଜିଲ୍ଲାପାଳ ଲଗ୍ମଜିତ୍ ରାଉତ ପ୍ରଶାସନିକ କଳ କୁ ସଙ୍ଗରେ ନେଇ ଆନ୍ଦୋଳନକାରୀ ଙ୍କ ୭ ଦଫା ଦାବି ବିଚାର କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ଫଳରେ  ଆନ୍ଦୋଳନକାରୀ ମାନେ ରାସ୍ତାରୋକ ରୁ ହଟିଯାଇଥିଲେ । ଯାହାଫଳରେ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.