Home ଓଡ଼ିଶା ଦେବୋତ୍ତର  ବିଭାଗ ଦୃଷ୍ଟି ଆଢୁଆଳରେ କାସନ୍ଦା ତୃତୀୟା ଦେବ ମଠ

ଦେବୋତ୍ତର  ବିଭାଗ ଦୃଷ୍ଟି ଆଢୁଆଳରେ କାସନ୍ଦା ତୃତୀୟା ଦେବ ମଠ

137

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୧୨- ନୟାଗଡ ଜିଲ୍ଲା ରଣପୁର ଦେବୋତ୍ତର ବିଭାଗ ଅଧିନରେ କାସନ୍ଦା ଠାରେ ରହିଛି ତୃତୀୟା ଦେବ ମଠ ।  ଏହି ମଠ ର ପୁରୀ ବଡ ଆଖଡା ମଠ ସହ ସର୍ମ୍ପକ ରହିଛି । ରାଜ ରାଜୁଡା ଅମଳ ରୁ ରଣପୁର ରାଜା ପାଇକ ମାନଙ୍କୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେବା ପାଇଁ ରଣପୁର ବଡମଠ ଓ କାସନ୍ଦା ତୃତୀୟା ଦେବଙ୍କ ମଠ ପ୍ରତିଷ୍ଠା କରିଥିଲେ । ତୃତୀୟା ଦେବଙ୍କ ମଠ ପରିଚାଳନା ପାଇଁ ୭୦ ଏକର ଜମି ଖଞ୍ଜିଥିଲେ । ଦେବୋତ୍ତର ବିଭାଗର ଅଣଦେଖା ସାଙ୍ଗକୁ ମଠ ମହନ୍ତଙ୍କୁ ନେଇ ବିବାଦ ଦେଖାଦେବାରୁ ରାଜ ରାଜୁଡା ଅମଳ ର ଏହି ଅଖଡା ମଠ ଏବେ ଭାଙ୍ଗିରୁଜି ଗଲାଣି । କାସନ୍ଦା ଗ୍ରାମର ସଭାପତି ସୁକାନ୍ତ ସାମନ୍ତରାୟ ମଠର ପୁର୍ନଉର୍ଦ୍ଧାର ପାଇଁ ଦେବୋତ୍ତର ବିଭାଗକୁ ଅନୁରୋଧ କରିଥିବା ଜଣାପଡିଛି ।  ୧୯୯୩ ମସିହାରେ  ରଣପୁର ଲଚ୍ଛମନ ବାଲାଜୀ ବଡମଠର ମହନ୍ତ ଗୋପାଳ ଚରଣ ଦାଶ କମଳ ଲୋଚନ ଦାଶ ଙ୍କୁ ଚେଲା ଭାବେ ଗ୍ରହଣକରୀ କାସନ୍ଦା ତୃତୀୟାଦେବ ଙ୍କ ମଠ ପରିଚାଳନା ପାଇଁ  ଏକ ଚରମ ପତ୍ର ସମ୍ପାଦନ କରିଥିଲେ ।

ଯାହାକୁ କି ଆଧାର କରି ରଣପୁର ରାଜା ଶ୍ରୀ ଦିଲ୍ଲିପ ଚନ୍ଦ୍ର ସିଂହଦେଓ ବଜ୍ରଧର ନରେନ୍ଦ୍ର ମହାପାତ୍ର ୨୦୦୪ ମସିହାରେ  କମଳ ଲୋଚନ ଙ୍କୁ ଶାଢୀ ପ୍ରଦାନକରି ମହନ୍ତ ଭାବେ ଘୋଷଣା କରିଥିଲେ । କିଛି ଦିନ ପରେ  ମହନ୍ତ କମଳ ଲୋଚନ ଦାଶ ଅଧିକ ଜ୍ଞାନ ଆହାରଣ ଓ ସାଧନା ପାଇଁ ବୃନ୍ଦାବନ ଆଦି ବିଭିନ୍ନ ଧାମ କୁ ଯାଇଥିଲେ । ତାଙ୍କର ଅନୁପସ୍ଥିତି ରେ ମଠର ପରିଚାଳନା ପାଇଁ ମନ୍ଦିର ପୂଜକ ଙ୍କୁ  ଏକ ଅନ୍ତେରଣ ଆଦେଶ ବଳ ରେ ଦାୟିତ୍ୱ ଦିଆଯାଇଥିଲା ।  ମହନ୍ତ କମଳ ଲୋଚନ ଦାଶ ତୃତୀୟା ଦେବ ଙ୍କ ମଠ କୁ ଫେରିବା ପରେ ଏବେ ଗ୍ରାମବାସୀ ମାନେ ମହନ୍ତଙ୍କୁ ମଠ ପରିଚାଳନା ଦାୟିତ୍ୱ ଦେଇଥିବା ଜଣାପଡିଛି ।  ଦେବୋତ୍ତର ବିଭାଗ ଏହି ପୁରାତନ ସଂସ୍କୃତି ସମ୍ପର୍ଣ୍ଣ ତୃତୀୟାଦେବ ମଠ ର ପୁର୍ନଉଦ୍ଧାର କରି ସୁରକ୍ଷା କରିବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.