Home ଜିଲ୍ଲା ପରିକ୍ରମା ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଜଳେଶ୍ୱର ନୋଡାଲ ୟୁପି ସ୍କୁଲରେ ତାଲା,ସ୍କୁଲ ସାମ୍ନାରେ ୨ଦିନଧରି ଛାତ୍ରଛାତ୍ରୀଙ୍କ...

ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଜଳେଶ୍ୱର ନୋଡାଲ ୟୁପି ସ୍କୁଲରେ ତାଲା,ସ୍କୁଲ ସାମ୍ନାରେ ୨ଦିନଧରି ଛାତ୍ରଛାତ୍ରୀଙ୍କ ଧାରଣା

0

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଗୋବିନ୍ଦପୁର ପଂଚାୟତସ୍ଥିତ ଜଳେଶ୍ୱର ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବଦଳି କରାଯାଇଛି। ଏହାର ପ୍ରତିବାଦରେ ବୁଧବାର ଅବିଭାବକ ଓ ସ୍କୁଲ ପରିଚାଳନା କମିଟି (ଏସଏମସି)ର କର୍ମକର୍ତା ତାଲା ପକାଇଛନ୍ତି କ୍ଷ ସ୍କୁଲରେ ୮ଟି ଶ୍ରେଣୀରେ ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ବଦଳି କରିଦିଆଯାଇଛି । ଯାହାକୁ ନେଇ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି ଦିଆନଗଲେ ସେମାନେ ତାଲା ଖୋଲିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ୨ଦିନଧରି ସ୍କୁଲ ସାମ୍ନାରେ ଧାରଣା ଦେଇଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଅତ୍ୟନ୍ତ କ୍ଷୋଭର ବିଷୟ ହୋଇଛି । ଜଣାଯାଇଛି ଯେ ଜଳେଶ୍ୱର ନୋଡାଲ ୟୁପି ସ୍କୁଲରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏ ୧୧୫ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସ୍କୁଲରେ ୪ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବାବେଳେ ପ୍ରଧାନଶିକ୍ଷକଙ୍କୁ ବଦଳି କରାଯିବାରୁ ସମସ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।ଏପରି କରିବାଦ୍ୱାରା ସ୍କୁଲରେ ଅଧ୍ୟୟନ କରୁଥିବା କୋମଳମତି ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଥିବା ଅଭିଭାବକମାନେ ଦର୍ଶାଇଛନ୍ତି । ଗୋବିନ୍ଦପୁର ପରି ଏକ ବନ୍ୟା ପ୍ରପୀଡ଼ିତ ଅଂଚଳର ପିଲାମାନଙ୍କ ପ୍ରତି ଶିକ୍ଷା ବିଭାଗର ଚରମ ଅବହେଳାକୁ ସେମାନେ ବରଦାସ୍ତ କରିବେ ନାହିଁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ସନ୍ତୋଷ ବିଶ୍ୱାଳଙ୍କ ସମେତ ଅଜୟ କୁମାର ନାୟକ, ବୈଲୋଚନ ବାରିକ, ବଟକୃଷ୍ଣ ବାରିକ, ଗୟାଧର ଧଳ, ଉପେନ୍ଦ୍ର ବାରିକ, ନନ୍ଦ କିଶୋର ନାୟକ ପ୍ରମୁଖ ଦର୍ଶାଇଛନ୍ତି । ତେବେ ଅପରାହ୍ନରେ ସିଆରସିସି ସତ୍ୟପ୍ରକାଶ ପାଣିଗ୍ରାହୀ ସ୍କୁଲ ନିକଟରେ ପହଂଚି ଅଭିଭାବକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେ ପରିସ୍ଥିତି ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଚକ୍ରଧର ମଲ୍ଲିକଙ୍କୁ ଜଣାଇବା ପରେ ବିଇଓ ମଲ୍ଲିକ ଶୁକ୍ରବାର ସ୍କୁଲକୁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସ୍କୁଲରୁ ତାଲା ଖୋଲିଥିବା ବେଳେ ଛାତ୍ର ଛାତ୍ରୀମାନେ ଧାରଣରୁ ଓହରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.