Home ଜିଲ୍ଲା ପରିକ୍ରମା ପ୍ରଦୀପ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡ଼ିର ବିଭିନ୍ନ ପଂଚାୟତରେ ସାଂଗଠନିକ ବୈଠକ

ପ୍ରଦୀପ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡ଼ିର ବିଭିନ୍ନ ପଂଚାୟତରେ ସାଂଗଠନିକ ବୈଠକ

51

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଆଗାମୀ ୨୦୨୨ରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଉପଲକ୍ଷେ ବିଜେଡ଼ି ଦଳପକ୍ଷରୁ ଧାମନଗର ବ୍ଲକ ଅଂଚଳର ବିଭିନ୍ନ ପଂଚାୟତ ସ୍ତରୀୟ ସାଂଗଠନିକ ବୈଠକ ଯୋରଦାର ଆରମ୍ଭ ହୋଇଛି। ଧାମନଗର ପୂର୍ବତନ ବିଧାୟକ ସ୍ୱର୍ଗତ ହୃଦାନନ୍ଦ ମଲ୍ଳିକଙ୍କ ପୁତ୍ର ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ମାନସ ମଲ୍ଲିକଙ୍କ ସାନଭାଇ ବର୍ତ୍ତମାନ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଳିକଙ୍କ ବଡ଼ଭାଇ ବିଜୁ ଜନତାଦଳର ଜିଲ୍ଳା ସାଧାରଣ ସମ୍ପାଦକ ଧାମନଗରର ପଂଚାୟତ ସମିତିର ସଭ୍ୟ ପ୍ରଦୀପ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ବିଭିନ୍ନ ପଂଚାୟତର ସଭାପତି ମାନଙ୍କୁ ନେଇ ଦଳ ପକ୍ଷରୁ ସାଂଗଠନିକ ବୈଠକ ହେଉଥିବା ଜଣାଯାଇଛି। ଜିଲ୍ଲା ସମ୍ପାଦକ ଶ୍ରୀ ମଲ୍ଳିକ ସମସ୍ତ କର୍ମୀଙ୍କୁ ଏକାଠି କରିବା ସହିତ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିରୋଧିଙ୍କୁ ମୁକାବିଲା କରିବା ପାଇଁ ନିଜ ନିଜ ଭିତରେ ମନାନ୍ତରକୁ ଭୁଲିଯାଇ ଦଳକୁ ଆଗକୁ ନେବାପାଇଁ ଏବଂ ପଂଚାୟତ ଠାରୁ ଆରମ୍ଭ କରି ୱାର୍ଡ଼ ପର୍ଯ୍ୟନ୍ତ ସଂଗଠନକୁ ମଯବୁତ କରିବା ସମ୍ପର୍କରେ କର୍ମୀ ମାନଙ୍କୁ କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟସାରା ଯେଉଁ ଜନହିତକାରୀ ଯୋଜନା ସର୍ବପରି ଟଙ୍କାଖିଆ ଚାଉଳ ଠାରୁ ଆରମ୍ଭ କରି ଜନ୍ମରୁ ମଶାଣିକୁ ଯିବା ପର୍ଯ୍ୟନ୍ତ ଏହି ସବୁ କାର୍ଯ୍ୟ ଗୁଡ଼ିକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହିତ ଧାମନଗରରେ ୨୦୨୨ରେ ପଂଚାୟତ ନିର୍ବାଚନର ପଂଚାୟତ ସମିତି ତୃତୀୟଥର ଦଖଲ କରିବା ପାଇଁ ନେତା ଓ କର୍ମୀ ମାନଙ୍କୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିବା ଜଣାଯାଇଛି। ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଜୁ ଜନତା ଦଳର ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି ସାଂସଦଙ୍କ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ବାଲେଶ୍ୱର- ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ରଘୁନାଥ ଲେଙ୍କା, ବରିଷ୍ଠ ସମିତିସଭ୍ୟ ହରେକୃଷ୍ଣ ପାଢୀ, ବିଜେଡ଼ିନେତା ସୁଶାନ୍ତ କୁମାର ପଣ୍ଡା, ସୁଶାନ୍ତ କୁମାର ନାୟକ, ସାରଦାପ୍ରଶନ୍ନ ସାହୁ. ଭାରତ ବିଜୟ ଦଳାଇ, କୃଷ୍ଣଚନ୍ଦ୍ର ପତି, ବିଦ୍ୟାଧର ରାଉତ, ସୁବାଶ ମହାକୁଡ଼, ଧାମନଗର ବ୍ଲକ ବିଜୁ ମହିଳା ସଭାନେତ୍ରୀ ତନୁଶ୍ରୀ ପୁହାଣଙ୍କ ସମେତ ପଂଚାୟତର ନେତା ଓ କର୍ମୀମାନେ ସାଂଗଠନିକ ବୈଠକରେ ଉପସ୍ଥିତ ଥିବା ଜଣାଯାଇଛି। ପ୍ରକାଶ ଥାଉକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତୀ ଆଦର୍ଶ ଓ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଆଖିଆଗରେ ରଖି ଜନହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଚୁଡ଼ାକୁଟି, ଗୋବିନ୍ଦପୁର, ପାଳସାହି, କରଦା ସମେତ ବିଭିନ୍ନ ବିଜେଡ଼ି ପଂଚାୟତ ସ୍ତରୀୟ ବୈଠକରେ ଆନୁଷ୍ଠାନିକ ଭାବେ ଅନ୍ୟଦଳର ନେତା ଓ କର୍ମୀମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବିଜେଡ଼ି ବ୍ଲକ ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.