Home ଜିଲ୍ଲା ପରିକ୍ରମା ଧାମନଗର ଯାଦବ ମହାସଭା ଆନୁକୂଲ୍ୟରେ ଜନ୍ମାଷ୍ଟମୀ ପାଳନ

ଧାମନଗର ଯାଦବ ମହାସଭା ଆନୁକୂଲ୍ୟରେ ଜନ୍ମାଷ୍ଟମୀ ପାଳନ

30

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଯାଦବ ମହାସଭା ଆନୁକୂଲ୍ୟରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଧାମନଗର ବ୍ଲକ ଅନ୍ତର୍ଗତ ଦେହୁଡି ଆନନ୍ଦପୁର ସ୍ଥିତ ମାନଲାପୁର ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜ୍ୟ ପାଦ ତ୍ରିଦଣ୍ଡି ସ୍ୱାମୀ ଭକ୍ତି ରକ୍ଷକ ତ୍ରିବିକ୍ରମ ମହାରାଜ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତାନ୍ତ, କୃଷ୍ଣ ଲୀଳା ଓ ଶ୍ରୀକୃଷ୍ଣଭକ୍ତି ରସାମୃତ ପରିବେଷଣ କରିଥିଲେ। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଭଗବାନ ଶ୍ରୀକୃଷ୍ଣଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ବ୍ଲକ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକ୍, ସମ୍ପାଦକ ମାଧବ ଚନ୍ଦ୍ର ଖଟୁଆ, ଜୋନସଭାପତି ରବିନ୍ଦ୍ର ନାଥ ଦାସ, ଖଗେଶ୍ୱର ମହାକୁଡ, ଉପଦେଷ୍ଟା ରଥେନ୍ଦ୍ର ପଲାଇ ପ୍ରମୁଖ ଯୋଗଦେଇ ଶ୍ରୀକୃଷ୍ଣ ଲୀଳା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ସାଙ୍ଗଠନିକ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବେହେରା, ନାରାୟଣ ଚନ୍ଦ୍ର ବେହେରା, ରାଜୀବ ଲୋଚନ ଦାସ, ରତ୍ନାକର ବେଜ, ଚକ୍ରଧର ନାୟକ, ଫକୀର ମୋହନ ପରିଡା, ପରମାନନ୍ଦ ଖିଲାର, ଅଶୋକ କୁମାର ଦାସ, ଗୌରୀଶ୍ୟାମ ପରିଡା, ରବିନ୍ଦ୍ର ମହାକୁଡ, ଓମ୍ ପ୍ରକାଶ ବେହେରା, ପ୍ରଭାତ କୁମାର ଦାସ, ମାନଗୋବିନ୍ଦ ଦାସ ପ୍ରମୁଖ ବହୁ ଯାଦବ ଭାଇ ଯୋଗଦେଇଥିଲେ। ଆନନ୍ଦପୁର ଯାଦବ ସମାଜର ସମ୍ପାଦକ ଅବଧୁତ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.