Home ଜିଲ୍ଲା ପରିକ୍ରମା ଚିନ୍ତା ଚେତନା ସାହିତ୍ୟ ସଂସଦର ବର୍ଷା ଆସର

ଚିନ୍ତା ଚେତନା ସାହିତ୍ୟ ସଂସଦର ବର୍ଷା ଆସର

37

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ାସ୍ଥ ଚିନ୍ତା ଚେତନା ସାହିତ୍ୟ ସଂସଦର ବର୍ଷାନ୍ତ କବିତା ଆସର ଅନୁଷ୍ଠାନର ଉପସଭାପତି ଚିତ୍ତରଂଜନ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କୃଷ୍ଣଚନ୍ଦ୍ର ଜେନା ଓ ଫକିର ଚରଣ ବାରିକ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଆବାହକ ସାହିତ୍ୟିକ ହରିହର ପାଣିଗ୍ରାହୀ ଅତିଥିଗଣଙ୍କୁ ମଂଚ ଆବାହନ ପୂର୍ବକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ସଂପାଦକ ଅଶୋକ କୁମାର ଦେଓ ସ୍ୱାଗତ ଭାଷଣ ଓ ଶ୍ରୀ ଜେନା ପ୍ରାକ୍ କଥନ ପ୍ରଦାନ କରିଥିଲେ। ତପନ କୁମାର ସାହୁଙ୍କ ସଂଯୋଜନାରେ କବି ସଂକର୍ଷଣ ଯେନା, ବାଙ୍କବିହାରୀ ସାହୁ, ବିଜେ ଦାସ, ନିରଜଂନ ଦାସ, ପ୍ରସନ୍ନ ମତ୍ତଗଜ, ଅର୍ଜ୍ଜୁନ ଚରଣ ମହାରଣା, କବୟତ୍ରୀ ସରୋଜିନୀ ବେହେରାଙ୍କ ସମେତ ଅର୍ଦ୍ଦଶତ କବି ସେମାନଙ୍କ ସୂରଚିତ କବିତା ପାଠ କରିଥିଲେ। ନୃସିଂହ ଚରଣ କର ପ୍ରାରମ୍ଭିକ ସଂଗୀତ ଓ ପ୍ରସନ୍ନ ବେହେରା ବିରତି ସଂଗୀତ ପରିବେଷଣ କରିଥିଲେ। କୋଭିଡ଼ରେ ଇହ ଲୀନ ସମ୍ବରଣ କରିଥିବା ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରଣୟ ସିଂହ ଧନ୍ୟବାଦ ଦେିଥିବା ବେଳେ ମିହିର ଆଚାର୍ଯ୍ୟ, ରବିନ୍ଦ୍ର ଯେନା, ରାମନାରାୟଣ ପାଣିଗ୍ରାହୀ ଓ ବୈକୁଣ୍ଠ ଯେନା ମଂଚ ସଂଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.