Home କୋରାପୁଟ  ପ୍ରଥମ ଥର ପାଇଁ ଜିଲ୍ଲାର ସୀମାନ୍ତ ପଂଚାୟତ ଓ ଗାଁରେ ଉତ୍କଳ ଦିବସ ପାଳିତ

 ପ୍ରଥମ ଥର ପାଇଁ ଜିଲ୍ଲାର ସୀମାନ୍ତ ପଂଚାୟତ ଓ ଗାଁରେ ଉତ୍କଳ ଦିବସ ପାଳିତ

43

କୋରାପୁଟ  ୦୧-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ସୀମାନ୍ତ ପଂଚାୟତ ଓ ଗାଁରେ ଉତ୍କଳ ଦିବସ ପାଳନ କରିବାକୁ ଜିଲ୍ଲାପାଳ ଅବଦ୍ଦାଳ ଏମ ଅଖତରଙ୍କ ନିର୍ଦ୍ଦେଶନୁସାରେ ସୀମାନ୍ତର ବିଭିନ୍ନ ପଂଚାୟତ ଓ ଗାଁରେ ଉତ୍କଳ ଦିବସ ପାଳନ କରାଯିବା ସହ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଂଚାୟତ ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପାଳନ କରାଯାଇଥିଲା ।କୋଟିଆ ପଂଚାୟତବାସୀଙ୍କ ଜିବନଜୀବିକା ନିମନ୍ତେ ୨୨ କୋଟି ଟଙ୍କାର କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।କୋଟିଆ ପଂଚାୟତ ୪୦ ଜଣ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯିବ ଓ ତାଲିମ ନେବା ପରେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।ପଲିହାଉସ ମାଧ୍ୟମରେ ଚାରା ଉତ୍ପାଦନ କରାଯାଇ ବଂଟନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ମାଛ ଚାଷ ନିମନ୍ତେ ପୋଖରୀ ଖନନ କରିବାକୁ ଜଳବିଭାଜିକା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।ଦେଓମାଳି ପ୍‌୍ର‌୍ୟଟନ କ୍ଷେତ୍ରରେ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଗେଷ୍ଟ ହାଉସ ନିର୍ମାଣ କରାଯିବା ସହ ବିଦ୍ୟୁତ ଲାଇଟ ପ୍ରଦାନ କରାଯିବ ବୋଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ସୂଚନା ଦେଇଛନ୍ତି ।କୋଟିଆ ଓଡିଶାରେ ଅଛି ଓ ରହିବ ମଧ୍ୟ ସେ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଯୋଜନାରେ କୋଟିଆବାସୀ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ ।୧୬ ଜଣଙ୍କୁ ପେନସନ ପ୍ରଦାନ କରାଯାଇଥିବା ବେଳେ  ୩୫ ଟି ଭିନ୍ନକ୍ଷମ  ଉପକରଣ ପ୍ରଦାନ କରାଯାଇଥିଲା ।୨ ଜଣ ବାଣୀଶ୍ରୀ ଭତା ପ୍ରଦାନ କରାଯାଇଥିବା ବେଳେ  ୫ ଜଣ ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ସରପଂଚ ବିଶ୍ୱନାଥ ଖିଲ , ଏବିଡିଓ  କୃଷ୍ଣଚନ୍ଦ୍ର ବିଶ୍ୱାସରାୟ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଦିବାକର ପୁରୋହିତ ,ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର କେସପଟା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।ସେମିଲିଗୁଡା ବ୍ଲକର ସୀମାନ୍ତ ସାଡାମ ପଂଚାୟତର ଛାଟୁପଦରରେ ଉତ୍କଳଦିବସ ପାଳନ କରାଯାଇଥିଲା ।ବିଡିଓ ସର୍ବସାଚୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍କଳ ଦିବସରେ ଅଧ୍ୟକ୍ଷା  ବାସନ୍ତୀ ଛେଦନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।ସାଡାମ ସରପଂଚ ରିଙ୍ଗି ଗେମେଲ , ସହକାରୀ ନିର୍ବାହୀ ଯନ୍ତ୍ରୀ ଥୟ କୁମାର ପଟେଲ , ବିଜେଡି ଜୋନାଲ କମିଟି ଅଧ୍ୟକ୍ଷ ଶ୍ୟାମ ଖିଲ ,ରେଙ୍ଗା ସମିତି ସଭ୍ୟ କୁମୁଲି ଜରକା  ପ୍ରମୁଖ ଉପସ୍ଥିତ ରହିଥିଲେ ।ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ଜାନି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଏହି ଅବସରରେ ହିତାଧିକାରୀମାନଙ୍କୁ ଭତା ପ୍ରଦାନ କରାଯିବା ସହ ପାଇପ ଯୋଗେ ପାନୀୟଜଳର ଉଦଘାଟନ କରାଯାଇଥିଲା ।ନନ୍ଦପୁର ବ୍ଲକର ଚାଟୁଆ ପଂଚାୟତ ସଦର ମହକୁମାରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ବିଡିଓ କୈଳାସ ଚନ୍ଦ୍ର ସିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲା ପରିଷଦ ଉପସଭାପତି ନାରସୁଲ କାମୁଡି ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାର ସୀମାନ୍ତବର୍ତି ପଂଚାୟତର ବିକାଶ ନିମନ୍ତେ ଅର୍ଥ ପ୍ରଦାନ କରି କାର୍ଯ୍ୟ କରୁଥିବା ସୂଚନା ଦେଇଥିଲେ ।ସରପଂଚ ପୂଣ୍ଣଚନ୍ଦ୍ର ଗୋଲରୀ , ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତ ଗୁରୁମାଇଁ , ସମିତି ସଭ୍ୟା ନିର୍ମାଳା ମାଝି ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳକୃଷ୍ଣ ବେବର୍ତା ,ଜଗନ୍ନାଥ ପାଙ୍ଗୀ , ସମାଜସେବୀ ଶଶି ପଟନାୟକ ,ମୁନା ଦଳପତି , ତହସିଲଦାର ନରସିଂହ ଗାଦବା , ଚାଟୁଆ ଫାଣ୍ଠି ଅଧିକାରୀ ଗୈାରାଙ୍ଗ ସାହୁ , ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ବେଦାନ୍ତ କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ ।ପଂଚାୟତର ନୂତନ ଗୃହ ନିମନ୍ତେ ଭୂମି ପୂଜା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.