Home କୋରାପୁଟ ଜିଲ୍ଲାସ୍ତରୀୟ ଉତ୍କଳଦିବସ ପାଳିତ ,ପଡୋଶୀରାଜ୍ୟର ଦାଦାଗିରିକୁ ଜିଲ୍ଲାପାଳଙ୍କ ରୋକଠୋକ ଜବାବ

ଜିଲ୍ଲାସ୍ତରୀୟ ଉତ୍କଳଦିବସ ପାଳିତ ,ପଡୋଶୀରାଜ୍ୟର ଦାଦାଗିରିକୁ ଜିଲ୍ଲାପାଳଙ୍କ ରୋକଠୋକ ଜବାବ

28

କୋରାପୁଟ ୦୧-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସଂସ୍କୃତିଭବନ ପରିସରରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୋରାପୁଟ ବିଧାୟକ ରଘୁରାମ ପଡାଲ , ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ପଡୋଶୀ ରାଜ୍ୟର ଦାଦାଗିରିକୁ ଜିଲ୍ଲାପାଳ ଶ୍ରୀ ଅଖତର ରୋକଠୋକ ଜବାବ ଦେଇଛନ୍ତି ।ଜିଲ୍ଲାର ପୂର୍ବପୁରୁଷଙ୍କ ସଂଘର୍ଷ ଯୋଗୁଁ ଆଜିର ଦିନରେ କୋରାପୁଟ ଜିଲ୍ଲା ଓଡିଶାରେ ମିଶିଥିଲା ।ସେମାନଙ୍କର ଅବଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ।ପଡୋଶୀରାଜ୍ୟ ଆର୍ଥିକ ସହାୟତା ଦେଇ ଲୋକଙ୍କୁ ମିଶିବାକୁ  ଯେଉଁ ପ୍ରୋତ୍ସାହାନ ଦେଉଛି ତାହା ସେ ରାଜ୍ୟର ଭ୍ରାନ୍ତ ଧାରଣା ଅଟେ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ଏକତା ପାଇଁ ଆମ୍ଭେମାନେ  ସଂଘର୍ଷ ପାଇଁ ପ୍ରସ୍ତୁତ ଅଛୁ ବୋଲି ସେ  ସୂଚନା ଦେଇଛନ୍ତି ।ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ନନ୍ଦପୁର ଅଧ୍ୟାପକ ରବି ଶତପଥି ମଂଚ ପରିଚାଳନା କରିଥିଲେ ।କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ , ଏ.କେ.ବେହେରା ଓ ସନ୍ତୋଷ କୁମାର ସେଠୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.