Home ଜିଲ୍ଲା ପରିକ୍ରମା ‘ପ୍ରଜା ମଣ୍ଡଳ ଆନ୍ଦୋଳନ’ ଶୀର୍ଷକ ଆଲୋଚନା ଚକ୍ର

‘ପ୍ରଜା ମଣ୍ଡଳ ଆନ୍ଦୋଳନ’ ଶୀର୍ଷକ ଆଲୋଚନା ଚକ୍ର

43

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ଥିତ ଚରମ୍ପା ମହାବିଦ୍ୟାଳୟରେ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ସ୍ମୃତି ସଂସଦ ଆନୁକୂଲ୍ୟରେ ‘ପ୍ରଜାମଣ୍ଡଳ ଆନ୍ଦୋଳନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନା ଚକ୍ରରେ ସ୍ମୃତି ସଂସଦର ସଭାପତି ଡ. ଅମୂଲ୍ୟ କୁମାର ମଲ୍ଲିକ ପୌରୋହିତ୍ୟ କରିଥିଲେ । ଏହି ଆଲୋଚନାଚକ୍ରରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. କିଶୋର କୁମାର ବାସା ମୁଖ୍ୟ ଆଲୋଚକ ତଥା ବିଷୟ ବିଷାରଦ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଉପସଭାପତି କମଳାକାନ୍ତ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅଭ୍ୟର୍ଥନା ସମିତିର ସଭାପତି ବ୍ରଜକିଶୋର ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ବଳ ମହାବିଦ୍ୟାଳୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଅବଗତ କରାଇଥିବା ବେଳେ ସମ୍ପାଦକ ଡ. ଅମର କୁମାର ଦାସ ସ୍ମୃତି ସଂସଦର ବାର୍ଷିକ ବିବରଣୀ ପାଠ କରିଥିଲେ ।

ଡ. ବାସା ତାଙ୍କ ଅଭିଭାଷଣରେ ପ୍ରଜାମଣ୍ଡଳ ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଇତିହାସ ପଠନ ପ୍ରତି ଛାତ୍ରଛାତ୍ରୀମାନଙ୍କର ଆଗ୍ରହ ସୃଷ୍ଟି କରିବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ େଇଥିଲେ । ପାଠଚକ୍ରର ଅନ୍ୟତମ ବିଷୟ ବିଷାରଦ, ଉତ୍କଳ ବିଶ୍ୱିଦ୍ୟାଳୟ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟା ପ୍ରଫେସର ଡ. ସୋମାରାଣୀ ଚାନ୍ଦ ଓଡ଼ିଶାରେ ପ୍ରଜାମଣ୍ଡଳ ଆନ୍ଦୋଳନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଏହା ଭାରତୀୟ ଜାତୀୟ ଆନ୍ଦୋଳନକୁ ଆଗେଇ ନେବାରେ କିପରି ସହାୟକ ହୋଇଥିଲା ପ୍ରକାଶ କରିଥିଲେ । ଏହି ଅବସରରେ ସ୍ମୃତି ସଂସଦ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଷ୍ଟେଟ୍ ଆଣ୍ଡ ଗଭର୍ଣ୍ଣମେଣ୍ଟ’ ଓ ଡ. ରାଇମୋହନ ମହାପାତ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏସେ ଅନ୍ ହିଷ୍ଟ୍ରି ଆଣ୍ଡ କଲ୍‌ଚର’ ଉନ୍ମୋଚିତ ହୋଇଥିଲା । ଚରମ୍ପା ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ମନୋଜ କୁମାର ମହାଳିକ ଓ ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ. ପାରେଶ୍ୱର ସାହୁ ପ୍ରଜା ମଣ୍ଡଳ ଆନ୍ଦୋଳନ ଉପରେ ସନ୍ଦର୍ଭ ପାଠ କରିଥିଲେ । ପରିଶେଷରେ ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟକୁ ପ୍ରାଧ୍ୟାପକ ପ୍ରମୋଦ କୁମାର ଜେନା, ଡ. ପ୍ରମୋଦ କୁମାର ପାଣି, ଡ. ରମେଶ ଚନ୍ଦ୍ର ଦାସ, ପ୍ରାଧ୍ୟାପକ ଜୟନ୍ତ କୁମାର ପରିଡା, ପ୍ରାଧ୍ୟାପିକା ସତୀରାଣି ମହାନ୍ତି, ସଂଯୁକ୍ତା ବୋଷ, ଡ. ଫିର୍‌ଦୋଷ ହୁସେନ, ଅଧ୍ୟାପକ ପ୍ରବୀର କୁମାର ମହାପାତ୍ର, ବିଶ୍ୱରଂଜନ ଜେନା ଓ ସମସ୍ତ କର୍ମଚାରୀ ପରିଚାଳନା କରିଥିବା ବେଳେ ଇତିହାସ ଓ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାଚକ୍ରରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.