Home ଜିଲ୍ଲା ପରିକ୍ରମା ଧାମରାରେ ୨୪ଘଂଟା ବିଦ୍ୟୁତ ବିଭ୍ରାଟ , ଦୋଷ ନେବାକୁ କେହି ନାହିଁ, ଟାଟା ପାଓାର ଅଧିକାରୀଙ୍କ...

ଧାମରାରେ ୨୪ଘଂଟା ବିଦ୍ୟୁତ ବିଭ୍ରାଟ , ଦୋଷ ନେବାକୁ କେହି ନାହିଁ, ଟାଟା ପାଓାର ଅଧିକାରୀଙ୍କ ଠିକଣା ମିଳୁନାହିଁ

43

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ଦୀର୍ଘ ୨୪ଘଂଟା ମଧ୍ୟରେ ବିଜୁଳିର ଦେଖାଦର୍ଶନ ମିଳୁ ନଥିବା ବେଳେ ଏହାର ପ୍ରକୃତ କାରଣ କହିବାକୁ କେହି ଆଗଭର ନୁହନ୍ତି । ଖବରରୁ ପ୍ରକାଶ ଗତକାଲି ଅପରାହ୍ଣ ୩ଟା ସମୟରୁ ବିଦ୍ୟୁତ ସେବା ଅପଂହଚ ହୋଇ ପଡିଥିବା ବେଳେ ଅଧିକାରୀ ମାନଙ୍କର ଆଶ୍ୱାସନ ଅଳ୍ପ ସମୟ ମଧ୍ୟରେ ବିଦ୍ୟୁତ ସରବରାହ ହେବ । ଏହିପରି ୨୪ଘଂଟା ପରେ ମଧ୍ୟ ଏହି ସେବା ମିଳୁ ନଥିବା ବେଳେ ଧାମରା ଅଂଚଲରେ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତି ୨୦ ଦିନ ଅନ୍ତରରେ ଟାଟା ପାଓାର ମାଲିକାନା ସତ୍ୱରେ ଚାଲିଥିବା ବିଦ୍ୟୁତ କମ୍ପାନୀର କର୍ମକର୍ତା ମାନେ ଆସି ଘରକୁ ଘର ବୁଲି ବିଦ୍ୟୁତ ଶୁଳ୍କ ଆଦାୟ କରୁଥିବା ବେଳେ ଦୀର୍ଘ ୨୪ଘଂଟା ହେବ କାହିଁକି ବିଦ୍ୟୁତ ସେବା ବନ୍ଦ ଅଛି ଏହାର ଉତର ଦେବାକୁ ଧାମରା କନିଷ୍ଠ ଯନ୍ତ୍ରୀ କିଛି କହୁ ନଥିବା ବେଳେ ଉପଖଣ୍ଡ ଅଧିକାରୀଙ୍କ ଫୋନ ଅପହଂଚ ହୋଇ ପଡିଛି । ଆଜି ଅପରାହ୍ଣ ୧୨ଟା ସମୟରେ ଏହି ସେବା କେଉଁ ସମୟରେ ଉପଲବ୍ଧ ହେବ ବୋଲି ଭଦ୍ରକ ଠାରେ ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ନିଜର ଉତରରେ କୁହନ୍ତି ସେବା ମିଳିଯିବ କେଉଁଠି କଣ ଅସୁବିଧା ହୋଇଥିବ,ଯାହା ଆମ ହାତରେ ଅସୁବିଧା ଥିଲା ଆମ ବିଭାଗୀୟ ଅଧିକାରୀ ତାହାକୁ ସଜାଡି ଦେଇଛନ୍ତି ଆଉ ଯାହା ଅଛି ତାହା ସୋରୋ ଗ୍ରୀଡର ଦୋଷ ।

ସୋରୋ ଗ୍ରୀଡ ଉପରେ ନିର୍ଭର କରି ରହୁôଥିବା ଧାମରା,ବାସୁଦେବପୁରର କନିଷ୍ଠଯନ୍ତ୍ରୀ,ଉପଖଣ୍ଡ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀଯନ୍ତ୍ରୀଙ୍କ ଅପାରଗତାରୁ ଏମାନଙ୍କୁ ବାଦ ଦିଆଯାଇ ଏହି ସେବା ଉପଲବଦ୍ଧ ହେଉଥିବା ଜଣାଯାଇଛି କାରଣ ଗ୍ରୀଡ ସବୁ ସମୟରେ ଉପଭୋକ୍ତା ମାନଙ୍କୁ ଅନ୍ଧାରରେ ରଖି ଗ୍ରୀଡ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ଆପଣ ମାନଙ୍କୁ ୨୪ଘଂଟିଆ ସେବା ଯୋଗାଇବା ପାଇଁ କଥା କହୁଥିବା ବେଳେ ଦୀର୍ଘ ୨୪ଘଂଟା ମଧ୍ୟରେ ବାସୁଦେବପୁର ଏବଂ ଧାମରା ଅଂଚଳର ଥିବା ଉପଭୋକ୍ତା ମାନଙ୍କୁ କିପରି ଭୁଲିଯାଇ ସେବା ନିବୃତ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି ବୋଲି କଂଗ୍ରେସ ନେତା ଦିଗମ୍ବର ଦାସ ଦାବୀ ଜଣାଇଛନ୍ତି । ଏହି ସମସ୍ତ କଥାକୁ ଟାଟା ପାଓାର ନିଜ ହାତ ମୁଠାରେ ରଖିଥିବା ବେଳେ ଟାଟା ପାଓାର ଅଧିକାରୀଙ୍କ ଫୋନ ନମ୍ବର ଦେବାକୁ କନିଷ୍ଠଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ନିଜର ଚାକିରୀର ସୁରକ୍ଷା ପାଇଁ ଦେବାକୁ ନାରାଜ,କେଉଁ ପରିସ୍ଥିତିରେ ଏମାନେ ଜାଣିଶୁଣି ଉପଭୋକ୍ତା ମାନଙ୍କୁ ସେବା ନିବୃତ କରୁଛନ୍ତି ସେଥପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିଲାଣି ଏହା ଆଗାମୀ ଦିନରେ ଏକ ବୃହତ ରୂପ ନେବ ବୋଲି ମଧ୍ୟ ଚେତାବନୀ ଦେଲେଣି । ଦୀର୍ଘ ୨୪ଘଂଟା ମଧ୍ୟରେ ଧାମରା ଠାରେ ସେବା ଯୋଗାଉଥିବା ଟେଲିକମ କମ୍ପାନୀ,ବର୍ତମାନ ସମୟରେ ଛାତ୍ରଛାତ୍ରୀ ମାନଙ୍କ ୁ ସାର୍ଟିଫିକେଟ ଦେଉଥିବା ଜନସେବା କେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ରାଷ୍ଟ୍ରାୟତ ଏବଂ ବେସରକାରୀ ବ୍ୟାଙ୍କ ମାନଙ୍କରେ ଏହି ବିଦ୍ୟୁତ ସେବା ପାଇଁ ସମସ୍ତ ସେବା ଅପହଂଚ ହୋଇ ପଡିଛି । ତୁରନ୍ତ ୨୪ଘଂଟିଆ ବିଦ୍ୟୁତ ସେବା ଯୋଗାଇ ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.