Home ଜିଲ୍ଲା ପରିକ୍ରମା ପ୍ରଚାର ଆରମ୍ଭ କଲେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ

ପ୍ରଚାର ଆରମ୍ଭ କଲେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ

49

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମନ୍ଦିର ଓ ମସଜିଦରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କଲେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଟକ୍କର ଦେଇ ସ୍ୱାଭିମାନର ବିଜୟ ହାସଲ କରିବା ଲକ୍ଷ୍ୟନେଇ ରାଜେନ୍ଦ୍ରଙ୍କ ଯାତ୍ରା ଆରମ୍ଭ ହୋଇଛି। ଲୋକଙ୍କ ସମସ୍ୟା ସହିତ ରହି ସୁଖଦୁଃଖର ସାଥି ହୋଇଛନ୍ତି। ବିଜେଡିର ଆଗଧାଡିର ନେତା ଭାବେ ବେଶ ପରିଚିତ ଥିବାବେଳେ ଶେଷ ମୁହୂର୍ତ୍ତରେ ଚକ୍ରାନ୍ତର ଶିକାର ହୋଇଛନ୍ତି। ସମର୍ଥକଙ୍କ ଭାବାବେଗ ଓ ନିଜର ଆତ୍ମସମ୍ମାନ ଦୃଷ୍ଟିରୁ ସ୍ୱାଧିନ ଭାବେ ନାମାଙ୍କନ କରି ଏହି ନିର୍ବାଚନ ବୈତରଣୀରେ ଝାସ ଦେଇଛନ୍ତି। ଆଜି ସକାଳେ ଭଦ୍ରକସ୍ଥିତ ବାସଭବନରୁ ବାହାରି ଦୋଳସାହି ଓ ଅଲ୍ଲୀନଗରରେ ନିଜର ସମର୍ଥକଙ୍କ ମାନଙ୍କୁ ଭେଟିଥିଲେ। ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅଲ୍ଲୀନଗରସ୍ଥିତ ମସଜିଦରେ ଆଶିର୍ବାଦ ନେଇ ନନ୍ଦପୁର ଓ ତିହିଡି ବଜାରରେ ସମର୍ଥକ ମାନଙ୍କୁ ଭେଟିଥିଲେ। ପରେ ନିଜ ପଞ୍ଚାୟତ କାପଁଡାରେ ଭାଇ ଭଉଣୀମାନଙ୍କୁ ଭେଟିବା ସହିତ ବାସୁଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତେବେ ରାଜେନ୍ଦ୍ରଙ୍କୁ ସମର୍ଥନ ଜଣାଇ ଶହଶହ ଭୋଟର ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାଜେନ୍ଦ୍ରଙ୍କୁ ଦଳୀୟ ଟିକେଟରୁ ବାଦ୍ ଦିଆଯିବା ବିଜେଡି ପାଇଁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ବିଜେଡିର ବିଦ୍ରୋହୀ ଭାବେ ନିର୍ବାଚନ ମୈଦାନରେ ଉଭା ହୋଇଥିବା ରାଜେନ୍ଦ୍ରଙ୍କୁ ଯଦି ଦଳ କୌଣସି ପଦକ୍ଷେପ ନିଏ ତେବେ ତାଙ୍କର ଭୋଟ ବ୍ୟାଙ୍କକୁ ପ୍ରଭାବିତ କରି ପାରିବ ନାହିଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ରାଜେନ୍ଦ୍ରଙ୍କ ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ମାର୍କାଦିଆ କର୍ମୀଙ୍କ ସାମିଲ ହୋଇଥିବାରୁ ବିଜେଡିର ଅର୍ନ୍ତଦ୍ୱନ୍ଦ ପଦାରେ ପଡିଥିବା ନିଃସନ୍ଦେହ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.