Home ଜିଲ୍ଲା ପରିକ୍ରମା ଗାଁସାଥୀଙ୍କୁ ଦିପାବଳୀ ଭେଟି ମିଳିବ ତ!, ଜିଲ୍ଲା ସ୍ତରରେ ଅବିଳମ୍ବେ ବକେୟା ପ୍ରାପ୍ୟ ନମିଳିଲେ ଆନ୍ଦୋଳନ...

ଗାଁସାଥୀଙ୍କୁ ଦିପାବଳୀ ଭେଟି ମିଳିବ ତ!, ଜିଲ୍ଲା ସ୍ତରରେ ଅବିଳମ୍ବେ ବକେୟା ପ୍ରାପ୍ୟ ନମିଳିଲେ ଆନ୍ଦୋଳନ ଜୋରଦାର ହେବ

84

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଠିକା କର୍ମଚାରୀ ଉଚ୍ଛେଦ ପ୍ରସଂଗକୁ ନେଇ ଗାଁସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ, ଓଡ଼ିଶା ପ୍ରଦେଶର ସଂଯୋଜକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ଶ୍ରୀ ବିଶ୍ୱାଳଙ୍କ ସମେତ ସଂଘର ଭଦ୍ରକ ଜିଲ୍ଲା କମିଟି, ସମସ୍ତ ବ୍ଲକ କମିଟିର ସଭ୍ୟ/ସଭ୍ୟା ଓ ଧାମନଗର ଏବଂ ତିହିଡ଼ି ବ୍ଲକର ସମସ୍ତ ଗାଁସାଥୀ(ମେଟ୍‌) ଉପସ୍ଥିତ ଥିଲେ। ଚଳିତ ଅକ୍ଟୋବର ୧୫ରେ ରାଜ୍ୟରେ ୫୭ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ପ୍ରସଂଗରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ତରଫରୁ କୃତଜ୍ଞତା ଜଣାଇ ଦିଆଯାଇଛି। ମାତ୍ର ଏବେ ବି ନ୍ୟାୟ ଆଶାରେ ଥିବା ରାଜ୍ୟ ପଞ୍ଚାୟତିରାଜ ବିଭାଗର ୬୦ହଜାରରୁ ଉର୍ଦ୍ଧ୍ୱ ଗାଁସାଥୀ(ମେଟ୍‌)ଙ୍କୁ ଚଳିତ ବର୍ଷ ଦିପାବଳୀ ପୂର୍ବରୁ ଗତବର୍ଷ ସରକାରୀ ପ୍ରତିଶୃତି ଅନୁସାରେ ନ୍ୟାୟ ମିଳିବ ବୋଲି ସେମାନେ ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି।

ସେମାନଙ୍କୁ ଚଳିତ ଦିପାବଳୀର ଭେଟି ମିଳିବ ତ ! ଏଥି ସହିତ ଗତ ୩ଟି ଆର୍ଥିକ ବର୍ଷରେ ଉକ୍ତ ଭଦ୍ରକ ଜିଲ୍ଲାରେ ମନରେଗା କାମ କରି ପ୍ରାପ୍ୟ ପାଇନଥିବା ଶହ ଶହ ଗାଁସାଥୀ(ମେଟ୍‌)ଙ୍କୁ ଆଗାମୀ ୭ ଦିନ ମଧ୍ୟରେ ସେମାନଙ୍କର ପ୍ରାପ୍ୟ ଅର୍ଥ ପ୍ରଦାନ କରାନଗଲେ, ଏହି ଦାବି ସହିତ ଚଳିତ ବର୍ଷ ଅଗଷ୍ଟ ୧ର ଜିଲ୍ଲା ପ୍ରଶାସନର ଗାଁସାଥୀ(ମେଟ୍‌)ମାନଙ୍କ ବାବଦରେ ହୋଇଥିବା ପ୍ରୋସିଡିଂ ବିଭିନ୍ନ ଅସମାହିତ ଦାବି ଗୁଡ଼ିକୁ ନେଇ ଏକ ପ୍ରଭାବୀ ଆନ୍ଦୋଳନ ଖୁବ୍ ଶୀଘ୍ର ଗଣତାନ୍ତ୍ରିକ ଧାରାରେ ଉକ୍ତ ଜିଲ୍ଲାରେ କରିବା ଲାଗି ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି। ଚଳିତ ବର୍ଷ ଦିପାବଳୀ ସୁଦ୍ଧା ଗାଁସାଥୀ(ମେଟ୍‌)ଙ୍କ ରାଜ୍ୟ ଓ ଜିଲ୍ଳାସ୍ତରୀୟ ଦାବି ଗୁଡ଼ିକ ପୂରଣର ବ୍ୟବସ୍ଥା ନହେଲେ ଦିପାବଳୀ ପରେ ଧାମନଗର ଉପନିର୍ବାଚନ ବାବଦରେ ଧାମନଗର, ତିହିଡି ତଥା ଜିଲ୍ଳାର ଗାଁସାଥୀ (ମେଟ୍‌)ମାନଙ୍କ ମତାମତ ନେଇ ଯଥାର୍ଥ ପଦକ୍ଷେପ ନିଆଯିବ ବୋଳି ସଂଘ ତରଫରୁ କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ ଏହି ଯେ ଜିଲ୍ଲାର ବିଭିନ୍ନ ଦୁର୍ନୀତିର ପରଦାଫାଶ ପାଇଁ ଆଜି ଅପରାହ୍ନରେ ୫୦ରୁ ଅଧିକ ଗାଁସାଥୀ(ମେଟ୍‌) ସଂଗଠକ ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଭଦ୍ରକ ପରିସରକୁ ଯାଇ ସୂଚନା ଅଧିକାର ଆଇନ ବଳରେ ଅନେକ ତଥ୍ୟ ମାଗିଛନ୍ତି। ପ୍ରତିମାସ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.