Home ଜିଲ୍ଲା ପରିକ୍ରମା ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

50

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ମଙ୍ଗଳପୁର ପଞ୍ଚାୟତ କମାରିଆ ସ୍ଥିତ ପଣ୍ଡାପୋଖରୀରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଘଣ୍ଟେଶ୍ୱର ମାଣିପୁର ଗ୍ରାମର ଗଦାଧର ପଲେଇଙ୍କ ପୁଅ ଅତୁଲ ପଲେଇ (୩୬) ବୋଲି ଜଣା ପଡ଼ିଛି। ପ୍ରକାଶ ଯେ ଅତୁଲ ସୋମବାର ରାତିରେ ପଣ୍ଡାପୋଖରୀ ନିକଟ ତାରିଣୀପଡ଼ିଆରେ ଚାଲିଥିବା ଅପେରା ଦେଖିବାକୁ ଆସିଥିଲେ। ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ôଚ ଦମକଳ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଏ ସମ୍ପର୍କରେ ପୀରହାଟ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ଅତୁଲ ରାତିରେ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସିଯାଇଥିଲା ଫଳରେ ସେ ପୋଖରୀରେ ପଡ଼ି ମୃତ୍ୟୁବରଣ କରିଥିବା ପୁଲିସ ସୂତ୍ରରୁ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.