Home ଜିଲ୍ଲା ପରିକ୍ରମା ପ୍ରଘଟ ହେଉଛି ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର, ୟ୍ୟୁଟୁବ୍‌ରେ ବୁଲୁଛି ଉତ୍ତର, ଚିନ୍ତାରେ ମେଧାବୀ ଛାତ୍ରଛାତ୍ରୀ

ପ୍ରଘଟ ହେଉଛି ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର, ୟ୍ୟୁଟୁବ୍‌ରେ ବୁଲୁଛି ଉତ୍ତର, ଚିନ୍ତାରେ ମେଧାବୀ ଛାତ୍ରଛାତ୍ରୀ

9

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଚାଲିଥିବା ବିଦ୍ୟାଳୟସ୍ତରୀୟ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ରର ଉତ୍ତର ୟ୍ୟୁଟୁବ୍‌ରେ ଭାଇରାଲ ହେବା ନେଇ ମେଧାବୀ ଛାତ୍ରଛାତ୍ରୀ ହରଡଘଣାରେ ପଡିଛନ୍ତି । ଯାହା ଜଣାଯାଏ ୟ୍ୟୁଟୁବ୍‌ରେ ପ୍ରଶ୍ନ ସହିତ ଉତ୍ତର ଭାଇରାଲ ହେଉଥିବାରୁ ଏଭଳି ଅଭାବନୀୟ ଘଟଣାରେ ମେଧାବୀ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଓଡ଼ିଶା ସ୍କୁଲ ଏଜୁକେସନ ପୋଗ୍ରାମ୍ ଅଥୋରିଟି (ଓସେପା) ଦ୍ୱାରା ପରିଚାଳିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ଏବେ ରାଜ୍ୟରେ ଚାଲିଛି । ଚଳିତ ମାର୍ଚ୍ଚ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ଏପର୍ଯ୍ୟନ୍ତ ସାହିତ୍ୟ, ଗଣିତ, ବିଜ୍ଞାନ, ଇତିହାସ, ସଂସ୍କୃତ ଭଳି ବିଷୟ ସରିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ବିଦ୍ୟାଳୟସ୍ତରୀୟ ପରୀକ୍ଷାର ପ୍ରତ୍ୟେକ ବିଷୟର ପ୍ରଶ୍ନ ଓ ଉତ୍ତର ୟ୍ୟୁଟୁବ୍ ଜରିଆରେ ଉପଲବ୍ଧ ହେଉଛି ।

ଏଥିରେ ଯେଉଁ ପ୍ରଶ୍ନ ଉତ୍ତର ଆସୁଛି, ତାହା ପିଲାଙ୍କୁ ପରୀକ୍ଷା କେନ୍ଦ୍ରରେ ଦିଆଯାଉଥିବା ପ୍ରଶ୍ନପତ୍ର ସହିତ ବହୁମାତ୍ରାରେ ମେଳ ଖାଉଥିବାର ଅଭିଯୋଗ ହୋଇଛି । ଫଳରେ ଅଧିକାଂଶ ଛାତ୍ରଛାତ୍ରୀ ୟ୍ୟୁଟୁବ୍‌ରୁ ସଂଗ୍ରହ ହୋଇଥିବା ପ୍ରଶ୍ନ ଏବଂ ଉତ୍ତରରୁ ପ୍ରସ୍ତୁତ ହୋଇ ପରୀକ୍ଷା ଦେଉଛନ୍ତି । ଏହି ଘଟଣା ଜଣାପଡିବା ପରେ ପରିଶ୍ରମ କରି ପାଠ ପଢୁଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ନିରୁତ୍ସାହ ଜନିତ ଭାବନା ଦେଖିବାକୁ ମିଳିଛି । ମାଟ୍ରିକ୍ କିମ୍ବା ଯୁକ୍ତ ଦୁଇ ଭଳି ପରୀକ୍ଷା ଠାରୁ ଅପେକ୍ଷାକୃତ କମ୍ ଗୁରୁତ୍ୱ କୁହାଯାଉଥିବା ସ୍କୁଲ ପରୀକ୍ଷାରେ ଏଭଳି ପ୍ରଶ୍ନ ଉତ୍ତର ଘୁରି ବୁଲିବା ଘଟଣା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସମଗ୍ର ରାଜ୍ୟରେ ଏକ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା କରାଉଥିବାବେଳେ ତାହା ପ୍ରଶ୍ନ ଓ ଉତ୍ତର ସହ ୟ୍ୟୁଟୁବ୍‌ରେ ଭାଇରାଲ ହେଉଛି, ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା କୋମଳମତି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି । ଏଥିନେଇ ଜିଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେ ଏଭଳି ଘଟଣା ବିଷୟରେ ଅବଗତ ନଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.