Home ଜିଲ୍ଲା ପରିକ୍ରମା ଗ୍ରାହକଙ୍କ ମାଡରେ ଦୋକାନୀଙ୍କ ମୃତ୍ୟୁ ଅଭିଯୋଗ

ଗ୍ରାହକଙ୍କ ମାଡରେ ଦୋକାନୀଙ୍କ ମୃତ୍ୟୁ ଅଭିଯୋଗ

14

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ପଥରଆଡି ଛକରେ ଥିବା ଏକ ତେଜରାତି ଦୋକାନୀ ଗ୍ରାହକଙ୍କୁ ବକେୟା ଟଙ୍କା ମାଗିବାକୁ ଯାଇ ତାଙ୍କ ମାଡରେ ମୃତ୍ୟୁବରଣ କରିଥିବା ଭଳି ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ ସହରାଞ୍ଚଳ ଥାନା ପକ୍ଷରୁ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି । ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାର ପକ୍ଷରୁ ତାଙ୍କ ସଂପର୍କୀୟ ପୁତୁରା ନଳିନୀ ପଣ୍ଡା ସହରାଞ୍ଚଳ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ତାଙ୍କ ସଂପର୍କୀୟ ଦାଦା ସାବରଙ୍ଗ ଥାନା ଅଧୀନସ୍ଥ ବଣିଆ ଗ୍ରାମର ଲକ୍ଷ୍ମୀଧର ପଣ୍ଡାଙ୍କ ପୁତ୍ର ବିଜୟ (୫୨) ଭଦ୍ରକ ଚରମ୍ପା ପଥରଆଡି ଛକରେ କରିଥିବା ତେଜରାତି ଦୋକାନକୁ ଆଜି ପ୍ରତିିଦିନ ଭଳି ଯାଇ ଖୋଲିଥିଲେ । ଇତିମଧ୍ୟରେ ସ୍ଥାନୀୟ ଅଂଚଳର ସ୍ୱର୍ଗତ ଭାସ୍କର ଚନ୍ଦ୍ର ପରିଡାଙ୍କ ପୁତ୍ର କାମେଶ (ପିଣ୍ଟୁ) ଦୋକାନକୁ ଆସି ସଉଦା କିଣିଥିଲେ । ଏବଂ ପ୍ରାପ୍ୟ ନଦେଇ ଫୋନ୍ ପେ କୁ ୧୪୦ ଟଙ୍କା ପଠାଇ ପଳାଇଯାଉଥିଲେ । ଏହାଦେଖି ବିଜୟ ତାଙ୍କୁ ଡାକି ତାଙ୍କର ୧୮୦ ଟଙ୍କା ହୋଇଛି ବୋଲି କହିବାରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏବଂ କାମେଶ ବିଜୟଙ୍କୁ ଜୋରରେ ଏକ ଧକ୍କା ପକାଇଥିଲେ । ଫଳରେ ସେ ତଳେ ପଡିଯାଇ ପରିସ୍ରା କରିପକାଇ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକେ ତାହା ଦେଖି ବିଜୟଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ପାଖ ଚା’ ଦୋକାନରେ ଚା ପିଉଥିବା କିଛି ଲୋକ ଏହି ଘଟଣା ସଂପର୍କରେ ବିଜୟଙ୍କ ଘରକୁ ଖବର ଦେବା ପରେ ସେମାନେ ଆସି କାମେଶଙ୍କ ବିରୁଦ୍ଧରେ ସହରାଞ୍ଚଳ ଥାନାରେ ଅଭିଯୋଗ ପତ୍ର ଦେଇ ଆଇନ୍ ଅନୁଯାୟୀ ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଦାବି କରିଥିବାର ଜଣାପଡିଛି । ବିଜୟଙ୍କ ଶବ ଭଦ୍ରକ ମେଡିକାଲରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.