Home ଜିଲ୍ଲା ପରିକ୍ରମା ପୌର କର୍ତ୍ତୃପକ୍ଷଙ୍କୁ ଘାରିଛି ହୋଲ୍ଡିଂ ଟିକସ ଚିନ୍ତା, ବାକି ପଡିଛି ଦେଢକୋଟିରୁ ଉର୍ଦ୍ଧ୍ୱ ଟଙ୍କା, ଅନ୍‌ଲାଇନ୍‌ରେ...

ପୌର କର୍ତ୍ତୃପକ୍ଷଙ୍କୁ ଘାରିଛି ହୋଲ୍ଡିଂ ଟିକସ ଚିନ୍ତା, ବାକି ପଡିଛି ଦେଢକୋଟିରୁ ଉର୍ଦ୍ଧ୍ୱ ଟଙ୍କା, ଅନ୍‌ଲାଇନ୍‌ରେ ଟିକସ ପୈଠ ମାତ୍ର ୫ %

11

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା କର୍ତ୍ତୃପକ୍ଷଙ୍କ ଏବେ ହୋଲ୍ଡିଂ ଟିକସ ଆଦାୟ ଚିନ୍ତା ମୁଣ୍ଡକୁ ଘାରୁଛି । ପୌରପାଳିକା ପକ୍ଷରୁ ପୌରାଞ୍ଚଳର ୧୪ ହଜାର ୭୦୦ ହୋଲ୍ଡିଂ ଆଦାୟ ହେଉଛି । ୨୦୨୦ ଅପ୍ରେଲରୁ ଡିସେମ୍ବର ୨୦୨୦ ମଧ୍ୟରେ ମୋଟ ପୂର୍ବ ବକେୟାହ ଓ ନଗଦ ଟିକସ ବାବଦକୁ ୨ କୋଟି ୨୧ ଲକ୍ଷ ୧ ହଜାର ୪୫୨ ଟଙ୍କା ଆଦାୟ ହେବାକୁ ଥିବାବେଳେ ଆଦାୟ ହୋଇଛି ମାତ୍ର ୬୪ ଲକ୍ଷ ୩୮ ହଜାର ୧୮୪ ଟଙ୍କା । ଅର୍ଥାତ୍ ହୋଲ୍ଡିଂ ଟିକସ ବାବଦକୁ ପୌର କର୍ତ୍ତୃପକ୍ଷ ମାତ୍ର ୩୦ ପ୍ରତିଶତ ଟିକସ ଅର୍ଥ ଆଦାୟ କରିବାରେ ସମର୍ଥ ହୋଇଛନ୍ତି । ସଂଗୃହିତ ତଥ୍ୟରୁ ଜଣାଯାଇଛି ଯେ, ଭଦ୍ରକ ପୌରପାଳିକାର ୩୦ଟି ୱାର୍ଡ ମଧ୍ୟରୁ ୱାର୍ଡ ନମ୍ବର ୧, ୨ ଓ ୩ ରେ ପୂର୍ବ ବାକି ଓ ଚଳିତ ବର୍ଷର ଟିକସ ମିଶାଇ ମୋଟ ୨ ଲକ୍ଷ ୩୭୬ ଟଙ୍କା ବାକି ରହିଥିଲା । ଏଥିରୁ ପୌର କର୍ତ୍ତୃପକ୍ଷ ମାତ୍ର ୯୦ ହଜାର ୮୭୬ ଟଙ୍କା ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି । ସେହିଭଳି ୱାର୍ଡ ନଂ ୪ ଓ ୫ ରେ ୩୬ ଲକ୍ଷ ୯୪ ହଜାର ୬୫୨ ଟଙ୍କା ବାକିଥିବା ସ୍ଥଳେ ଆଦାୟ ହୋଇଛି ମାତ୍ର ୫ ଲକ୍ଷ ୬୫ ହଜାର ୮୧୭, ୱାର୍ଡ-୬ ଓ ୭ ରେ ୩୯ ଲକ୍ଷ ୪ ହଜାର ୬୭୭ ଟଙ୍କା ଥିବାବେଳେ ଆଦାୟ ହୋଇଛି ୧୬ ଲକ୍ଷ ୭୮ ହଜାର ୬୨୧ ଟଙ୍କା । ୱାର୍ଡ ନଂ ୮, ୯ ଓ ୧୫ ରେ ୨୬ ଲକ୍ଷ ୪ ହଜାର ୪୯୦ ଟଙ୍କାରୁ ଆଦାୟ ହୋଇଛି ୬ ଲକ୍ଷ ୭୮ ହଜାର ୭୦୭ ଟଙ୍କା । ସେହିପରି ୱାର୍ଡ ୧୦ ଓ ୧୧ ରେ ୩୮ ଲକ୍ଷ ୩୭୬ ଟଙ୍କାରୁ ଆଦାୟ ହୋଇଛି ୧୩ ଲକ୍ଷ ୭୮ ହଜାର ୨୦୬ ଟଙ୍କା, ୱାର୍ଡ ନଂ ୧୨ ଓ ୧୩ ରେ ବାକି ଗଡୁଛି ୩୪ ଲକ୍ଷ ୫୦ ହଜାର ୩୯୧ ଟଙ୍କାରୁ ୯ ଲକ୍ଷ ୭୩ ହଜାର ୮୭୦ ଟଙ୍କା ଆଦାୟ ହୋଇଛି । ୱାର୍ଡ ନଂ ୧୬, ୧୯ ଓ ୩୦ ରେ ୧୧ ଲକ୍ଷ ୯୨ ହଜାର ୫୮୦ ଟଙ୍କାରୁ ଆଦାୟ ହୋଇଛି ୩ ଲକ୍ଷ ୩୮ ହଜାର ୪୮୮ ଟଙ୍କା, ୱାର୍ଡ ନଂ ୧୭ ଓ ୨୨ ରେ ବାକି ରହିଛି ୬ ଲକ୍ଷ ୧୮ ହଜାର ୪୮୦ ଟଙ୍କାରୁ ଆଦାୟ ହୋଇଛି ୧ ଲକ୍ଷ ୫୨ ହଜାର ୫୫୯ ଟଙ୍କା, ୱାର୍ଡ ନଂ ୧୮ ଓ ୨୦ ରେ ବାକି ୫ ଲକ୍ଷ ୨ ହଜାର ୫୧୫ ଟଙ୍କାରୁ ପୌରପାଳିକା ଆଦାୟ କରିଛି ୧ ଲକ୍ଷ ୭୫ ହଜାର ୭୬୧ ଟଙ୍କା ।

ଅନୁରୂପ ଭାବେ ପୌରପାଳିକାର ୱାର୍ଡ ନମ୍ବର ୨୧ ଓ ୨୮ ରେ ୩ ଲକ୍ଷ ୭୯ ହଜାର ୭୨୨ ଟଙ୍କାରୁ ଆଦାୟ ହୋଇଛି ୮୧ ହଜାର ୩୩୭ ଟଙ୍କା, ୱାର୍ଡ ନଂ-୨୫ ଓ ୧୪ ରେ ୪ ଲକ୍ଷ ୭୩ ହଜାର ୭୫୪ ଟଙ୍କାରୁ ଆଦାୟ ହୋଇଛି ୧ ଲକ୍ଷ ୯ ହଜାର ୬୨୧ ଟଙ୍କା, ୱାର୍ଡ ନଂ ୨୩, ୨୪ ଓ ୨୬ ରେ ବାକି ଗଡୁଛି ୮ ଲକ୍ଷ ୧୩ ହଜାର ୨୯୭ ଟଙ୍କାରୁ ୧ ଲକ୍ଷ ୬୧ ହଜାର ୪୨୩ ଟଙ୍କା ମାତ୍ର ଆଦାୟ ହୋଇଛି । ସେହିଭଳି ୱାର୍ଡ ନଂ ୨୭ ଓ ୨୯ ରେ ହୋଲ୍ଡିଂ ଟିକସ ବାବଦକୁ ବାକି ପଡିଛି ୪ ଲକ୍ଷ ୬୬ ହଜାର ୨୬୧ ଟଙ୍କା, ପୌର କର୍ତ୍ତୃପକ୍ଷ ମାତ୍ର ୫୨ ହଜାର ୮୯୮ ଟଙ୍କା ଆଦାୟ କରିବାକୁ ସମର୍ଥ ହୋଇଛନ୍ତି । ପୌରପାଳିକାର ୧୩ ଜଣ ଟିସି (ଟ୍ୟାକ୍ସ କଲେକ୍ଟର) ଙ୍କ ଦ୍ୱାରା ୩୦ ଟି ୱାର୍ଡର ହୋଲ୍ଡିଂ ଟିକସ ବାବଦକୁ ୨ କୋଟି ୨୧ ଲକ୍ଷ ୧ ହଜାର ୪୫୨ ଟଙ୍କା ଆଦାୟ ହେବାକୁ ଧାର୍ଯ୍ୟ ହୋଇଥିବା ସ୍ଥଳେ ମାତ୍ର ୬୪ ଲକ୍ଷ ୩୮ ହଜାର ୧୮୪ ଟଙ୍କା ଆଦାୟ ହୋଇ ବକେୟା ଗଡୁଛି ୧ କୋଟି ୫୬ ଲକ୍ଷ ୬୩ ହଜାର ୨୬୮ ଟଙ୍କା । ଏହି ଚିନ୍ତା ପୌର କର୍ତ୍ତୃପକ୍ଷଙ୍କୁ ଖାଉଛି । କାରଣ ହୋଲ୍ଡିଂ ଟିକସରୁ ଉପାର୍ଜିତ ଅର୍ଥରାଶିରେ ପୌରପାଳିକାର ଉନ୍ନୟନ କାର୍ଯ୍ୟ ସହ ପୌର କର୍ମଚାରୀଙ୍କୁ ଦରମା ବି ଭରଣା କରାଯାଉଛି । ତେବେ ଟିକସ ଦେବାକୁ ଟିକସ ଦାତାଙ୍କ ବିମୁଖତାର କାରଣ ମଧ୍ୟରୁ ପ୍ରଥମଟି ହୋଲ୍ଡିଂ ଆକଳନରେ ଅନେକ ତୃଟି ଓ ବୈଷ୍ୟମତା ରହିଥିବା କଥା ଆଇନ୍‌ଜୀବୀ ଦେବାଶିଷ ନାୟକ ପ୍ରମାଣ ସହ ଯୁକ୍ତି ବାଢିଛନ୍ତି । ଅନ୍ୟପକ୍ଷରେ ବହୁ ଟିକସ ଦାତା ଜାଣିଶୁଣି ହୋଲଡିଂ ଟିକସ ଦେଉନଥିବା ପୌର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି କୋଭିଡ୍ ୧୯ ପ୍ରାଦୁର୍ଭାବ ବି ବାକି ଗଡିବାର ଅନ୍ୟତମ ପ୍ରମୁଖ କାରଣ ବୋଲି ଅନୀତା ଦାଶ ନାମ୍ନୀ ସହରବାସୀ ମତ ପ୍ରକାଶ କରିଛନ୍ତି । ସବୁଠାରୁ କୌତୁହଳର କଥା ଅନଲାଇନ୍‌ରେ ହୋଲଡିଂ ଟିକସ ପୈଠ ପାଇଁ ପୌର କର୍ତ୍ତୃପକ୍ଷ ଘନଘନ ପ୍ରଚାର ପ୍ରସାର କରୁଥିଲେ ସୁଦ୍ଧା ଏହାର ସୁଫଳ ମିଳିନାହିଁ । ବହୁ ଟିକସଦାତାଙ୍କ ଅନାଗ୍ରହ ଓ ଅସଚେତନତା ଯୋଗୁଁ ମାତ୍ର ୫ ପ୍ରତିଶତ ଟିକସଦାତା ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟିକସ ପୈଠ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.