Home ଜିଲ୍ଲା ପରିକ୍ରମା ବନ୍ତରେ ନ୍ୟାୟାଳୟ ପ୍ରତିଷ୍ଠା ବିଳମ୍ବତାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି

ବନ୍ତରେ ନ୍ୟାୟାଳୟ ପ୍ରତିଷ୍ଠା ବିଳମ୍ବତାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି

14

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତରେ ଅସ୍ଥାୟୀ ରୂପେ କୋର୍ଟ ଚାଲିବା ପାଇଁ ଏକବର୍ଷରୁ ଉର୍ଦ୍ଧ୍ୱ ହେବ ଗୃହ ମରାମତି ସରିଥିବାବେଳେ କୋଟ ଖୋଲିବାର ବିଳମ୍ବତାକୁ ନେଇ ଜନଅସନ୍ତୋଷ ବୃଦ୍ଧିପାଉଛି । ବ୍ଲକ ଅଧିନରେ ଏକ ଲକ୍ଷ ସତୁରୀ ହଜାର ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଥିବାରୁ ଜନସଂଖ୍ୟାର ଘନତା ,ଦୂରତା ଓ ବିଭିନ୍ନ ମାମାଲା କୁ ନେଇ ପୂର୍ବରୁ ବନ୍ତରେ କୋର୍ଟ ପ୍ରତିଷ୍ଠା ହେବାର ଅବଶ୍ୟମ୍ଭାବି ହୋଇଥିଲା । ଉକ୍ତ ଅଂଚଳର ଶତାଧିକ ସଂଖ୍ୟାରେ ଆଇନଜୀବି, ବିଭିନ୍ନ ଦଳୀୟ ନେତା ,ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବି, ସ୍ୱୟଂ ସହାୟିକା ଫେଡେରେସନ୍‌ର କର୍ମକର୍ତା ସମାଜସେବୀ, ବ୍ୟବସାୟୀ, ସାମ୍ବାଦିକମାନେ ଉପସ୍ଥିତ ରହି ଉକ୍ତ ଅଂଚଳରେ କୋଟ ପ୍ରତିଷ୍ଠା ହେବା ଏକାନ୍ତ ପ୍ରୟୋଜନ ବୋଲି ଆଲୋଚନା ହେବାସହ ଏକ ଦାବୀ ପତ୍ର ମାନ୍ୟବର ଭଦ୍ରକ ଜିଲା ଜର୍ଜ ଓ ଜିଲାପାଳ ମହୋଦୟ ଙ୍କୁ ପ୍ରଦାନ କରିଥିଲେ । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଭଦ୍ରକର ମାନ୍ୟବର ଜିଲା ଜର୍ଜ ବନ୍ତ ବ୍ଲକ ପରିଦର୍ଶନରେ ଆସି ବନ୍ତରେ ଏକ ପ୍ରଥମ ଶ୍ରେଣୀ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରିବାସହ ବରକୋଣାଠାରେ ଥିବା ସରକାରୀ ସ୍ଥାନକୁ ଉପଯୁକ୍ତ ସ୍ଥାନଭାବେ ଚିହ୍ନଟ କରିଥିଲେ । ଏଥିସହ ବନ୍ତ ହାଟ ପାଖରେ ଥିବା କଲ୍ୟାଣ ମଣ୍ଡପକୁ ସଂପ୍ରସାରଣ କରାଯାଇ ଉକ୍ତ ଗୃହରେ ଅସ୍ଥାୟୀ ଭାବେ କୋଟ ପ୍ରତିଷ୍ଠା ପାଇଁ ଆଦେଶ ଦେଇଥିଲୋ ।

ଏକବର୍ଷରୁ ଉର୍ଦ୍ଧ୍ୱ ହେବ ଆ ର୍ ଡ଼ି ବିଭାଗପକ୍ଷରୁ ଉକ୍ତ ଗୃହକୁ କୋଟ ର ଉପଯୁକ୍ତ ପରିବେଶରେ ନିର୍ମାଣ କରାଯାଇ ଥିଲା । ଅନ୍ୟପକ୍ଷରେ ବରକୋଣା ମୈଜାରେ ଥିବା ସରକାରୀ ସ୍ଥାନରେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କର ନିଜସ୍ୱ ବୃତିକୁ ଖାତାନଂ -୧୭୨/୧ ପ୍ଲଟ ନଂ ୨୨୮/୫୧୯ ଏରିଆ ୪୦୦ଡ଼ି ,କିସମ ଘରପାରୀ କୁ ଆଇନ ବିଭାଗ ଓଡ଼ିଶା ସରକାର ଙ୍କ ନାମରେ ସ୍ୱତନ୍ତ୍ର ଖତିୟାନ ପ୍ରସୃତ ହୋଇଅଛି । ହେଲେ ଉକ୍ତ କୋଟ କୁ ଅସ୍ଥାୟୀ ରୁପେ ଚାଲିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହାର ଅହୋତୁକ ବିଳମ୍ବତାକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି । ଅନ୍ୟପକ୍ଷରେ ଉକ୍ତ ଗୃହ ର ପ୍ରକୃତ ଉପଯୋଗ ନହେବାରୁ ସେଥିରେ ତାଲା ପଡ଼ି ତାହା ନଷ୍ଟ ହେବାକୁ ବସିଛି । ବର୍ତ୍ତମାନ କରୋନା ସମୟରେ ପ୍ରତ୍ୟେକ ଛୋଟ ବଡ଼ ମାମଲା ପାଇଁ ଲୋକମାନଙ୍କୁ ଦୂରତାରେ ଥିବା ଭଦ୍ରକ କୋଟ କୁ ଯିବାକୁ ପଡୁଛିି । ଏହି ବ୍ଳକ ଅଧୀନରେ ୨୦୫ଟି ରାଜସ୍ୱ ଗ୍ରାମ , ତିନିଗୋଟି ଜିଲାପରିଷଦ ଜୋନ , ୨୫ ଗୋଟି ପଂଚାୟତ ର ଜନସାଧାରଣ ବ୍ଲକ୍ ସଦର ମୋହକୁମା ଉପରେ ଦୈନଦିନ ନିର୍ଭର କରନ୍ତି । ଏହାର ପରିସୀମା ଓ ଜନସଂଖ୍ୟା ଦୃଷ୍ଟିରୁ ଦୈନ ଦିନ ଏହି ଅଂଚଳରେ ଘଟୁଥିବା ବିଭିନ୍ନ ଆପରାଧିକ ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ବନ୍ତ , ଆଗରପଡ଼ା ଥାନା ସହ କେନ୍ଦୁଆପଦା ଫାଣ୍ଡି ଆଦି କାଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ ବନ୍ତରେ ପ୍ରାୟ ସମସ୍ତ ବିଭାଗର ସରକାରୀ କାର୍ଯ୍ୟଳୟ ସମେତ ୪ଟି ବ୍ୟାଙ୍କ, ଉପ ଡାକଘର, ସ୍କୁଲ୍‌, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ତଥା ବୈଷୟିକ ଶିକ୍ଷାନୁଷ୍ଠାନମାନ ରହିଥିବାସହ ଏହାର ମଧ୍ୟମ ସ୍ଥଳରେ ୫୩ ନଂ. ଭଦ୍ରକ-କେନ୍ଦୁଝର ରାଜ୍ୟ ରାଜପଥ ଗତିକରିଛି । ଏହି ଅଂଚଳର ସମସ୍ତ ଦୃଷ୍ଟିରୁ ଉକ୍ତ ସ୍ଥାନରେ ଯଥାଶିଘ୍ର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ କୋର୍ଟ କୁ କାର୍ଯ୍ୟକାରୀ କରିବାକୁ ଅଂଳବାସୀ ଙ୍କ ତରଫରୁ ଦୃଢ଼ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.