Home ଜିଲ୍ଲା ପରିକ୍ରମା ପୌରାଞ୍ଚଳ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପୌରାଞ୍ଚଳ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

35

ବାଲେଶ୍ୱର, ୧୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ପୂର୍ବତନ ପୌରପାଳ ଆଲୋକ କୁମାର ସାହୁଙ୍କ ପକ୍ଷରୁ କୋଭିଡ୍ ଯୋଦ୍ଧାଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ନିଜର ଜୀବନକୁ ବାଜି ଲଗାଇ ମହାମାରୀ କରୋନାକୁ ଖାତିର ନ କରି ଲୋକଙ୍କୁ ସେବା ଯୋଗାଇ ଚାଲିଥିବା ୧୩ ନଂ ୱାର୍ଡ଼ର କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ପୌରପାଳିକାର ସ୍ୱାସ୍ଥ୍ୟ ଓ ପରିମଳ ବିଭାଗର ପର୍ଯ୍ୟବେକ୍ଷକ କମଳଲୋଚନ ପାତ୍ର, ସ୍ୱଚ୍ଛସାଥୀ ସୁପରଭାଇଜର ପ୍ରୀତି ବେହେରା, ଦେବଶ୍ରୀ ସେଠୀ ଓ ସଦସ୍ୟା ସୁଜାତା ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଉପଢୋକନ ସାଙ୍ଗକୁ ସାନିଟାଇଜର ଓ ମାସ୍କ ପ୍ରଭୃତି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ପ୍ରତିକ ସଙ୍ଗୀନ ସ୍ଥିତିରେ ଲୋକଙ୍କୁ ସେବା ଯୋଗାଉଥିବା ଏହି କୋଭିଡି ଯୋଦ୍ଧାମାନେ ଦେବଦୂତ ସଦୃଶ ବୋଲି ପୂର୍ବତନ ପୌରପାଳ ଶ୍ରୀ ସାହୁ କହିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟ ଆଗାମୀ ଦିନରେ ବି ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସଲିମ ରାଜା, ବିଜେଡି ୱାର୍ଡ଼ ସଭାପତି ବଂଶୀଧର ଦଳେଇ, ସୁଜି୍ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.