Home ଜିଲ୍ଲା ପରିକ୍ରମା ଦିବଂଗତ ସମାଜସେବୀ ପଦ୍ମଲୋଚନ ଦେଙ୍କୁ ଶ୍ରଦ୍ଧାଞ୍ଜଳି

ଦିବଂଗତ ସମାଜସେବୀ ପଦ୍ମଲୋଚନ ଦେଙ୍କୁ ଶ୍ରଦ୍ଧାଞ୍ଜଳି

78

ବାଲେଶ୍ୱର, ୧୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ‘ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ’ ଓ ସମାଜସେବୀ ସଂଗଠନ ‘ସହାୟକ’ ପକ୍ଷରୁ ସମାଜସେବୀ ପଦ୍ମଲୋଚନ ଦେ’ଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଧୀରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ଇଂ- ବନମାଳୀ ନାୟକ ସ୍ୱର୍ଗତଃ ଦେ’ଙ୍କ ସ୍ମୃତିଚାରଣ କରିଥିଲେ। ଗତ ସ୍ୱାଧୀନତା ଦିବସ ଅପରାହ୍ନରେ ସ୍ୱର୍ଗତଃ ଦେ ଚିକିତ୍ସାଧୀନ ଥାଇ ୭୫ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ସ୍ୱର୍ଗତଃ ଦେ ରାଜ୍ୟ ସରକାରଙ୍କ ସମବାୟ ବିଭାଗରେ ଜଣେ ସଚ୍ଚୋଟ ଓ ଦକ୍ଷ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟକରି ୨୦୦୩ ମସିହାରେ ଅବସର ଗ୍ରହଣ କରିଥିଲେ। ଅବସର ପରେ ସେ ଅବସରପ୍ରାପ୍ତ କର୍ମଚାରୀ ସଂଘ, ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି, ଜିଲ୍ଲା ରକ୍ତଦାତା ସଂଘ, ସାମାଜିକ ସଂଗଠନ ସହାୟକ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ଫକୀରମୋହନ ସାହିତ୍ୟ ପରିଷଦ ପ୍ରଭୃତି ବହୁ ସାମାଜିକ, ସାଂସ୍କୃତିକ ସଂଗଠନରେ ସକ୍ରିୟ ସଦସ୍ୟ ଓ ଜଣେ ସୁସଂଗଠକ ଭାବେ କାର୍ଯ୍ୟକରି ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନଭାଜନ ହୋଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦୁଇ ସଂଗଠନର ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ସ୍ୱର୍ଗତଃ ଦେ’ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତଃ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତଃ ଦେ’ଙ୍କ ଦିବ୍ୟାଙ୍ଗ ଅବିବାହିତ ପୁତ୍ର ଓ କନ୍ୟାଙ୍କ ସହାୟତା ପାଇଁ ସଂଗଠନର ସଦସ୍ୟମାନଙ୍କ ଠାରୁ ସଂଗ୍ରହ କରି ୫୦ ହଜାର ଟଙ୍କା ପ୍ରଦାନ ନିମିତ୍ତ ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତ୍ତିଗ୍ରହଣ କରାଯାଇଛି। ଉକ୍ତସଭାରେ ଶଶାଙ୍କ ଶେଖର ଦତ୍ତ, ବେଣୁଧର ପାଳ, ପଦ୍ମଲୋଚନ ଦତ୍ତ, ଭବେଶ ଚନ୍ଦ୍ର ପଣ୍ଡା, ବସନ୍ତ କୁମାର ନାୟକ, ଶ୍ୟାମସୁନ୍ଦର ଜେନା, ନିରଞ୍ଜନ ପରିଡ଼ା, ଡ- ଇଞ୍ଜିନିୟର ହୃଷିକେଶ ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ଅଜିତ୍ କୁମାର ସେନ୍‌, ପ୍ରକାଶ ଚନ୍ଦ୍ର ମହାପାତ୍ର, ରବୀନ୍ଦ୍ର ପ୍ରହରାଜ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ଶେଖ୍ ଆଲ୍ଲାଉଦ୍ଦିନ୍ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.