Home ଅପରାଧ ପୋଲିସ କବଜାରେ ଜୀବନ୍ତ ବୋମା, ଗୁଳି ଓ ଦେଶି ବନ୍ଧୁକ ସହ ଅସାମାଜିକ ବ୍ୟକ୍ତି

ପୋଲିସ କବଜାରେ ଜୀବନ୍ତ ବୋମା, ଗୁଳି ଓ ଦେଶି ବନ୍ଧୁକ ସହ ଅସାମାଜିକ ବ୍ୟକ୍ତି

61

କଳାହାଣ୍ଡି ତା.୨୧.୦୭.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପୋଲିସ ସେହି ଅଂଚଳର ଜଣେ ହାଡକୋର ଅସାମାଜିକ ବ୍ୟକ୍ତି  ହେମନ୍ତ ସାହୁ (୨୦) ଙ୍କୁ ଜୀବନ୍ତ ବୋମା,ଗୁଳି ସମେତ ଦେଶୀ ବନ୍ଧୁକ, ଭୂଜାଲି  ସହିତ ଗିରଫ କରିଥିବା କଳାହାଣ୍ଡି ପୋଲିସ ଏସପି ଙ୍କ ସୂତ୍ରରୁ ପ୍ରକାଶ । ଗତ ୨୦ ତାରିଖ ସକାଳେ ମ.ରାମପୁର ଥାନା ପୋଲିସ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ମୋହନଗିରି ପାଜିବାହାଲ ରାସ୍ତାରେ  ଓଡି ୦୮ ଏମ ୩୬୩୨ ନମ୍ବର ବାଇକରେ ଜରିବସ୍ତାରେ କିଛି ଜିନିଷ ବାନ୍ଧି ଯାଉଥିବା ପାଇଥିଲେ । ଅଟକିବାକୁ କହିବାପରେ ସଂପୃକ୍ତ ବ୍ୟକ୍ତି  ଦୃତ ଗତିରେ ପଳାଇଯାଉଥିବା ବେଳେ ପୋଲିସ ପକ୍ଷରୁ ତାକୁ କବଜା କରାଯାଇଥିବା ପ୍ରକାଶ । ସଂପୃକ୍ତ ହେମନ୍ତ ସାହୁଙ୍କ ନାମରେ ମ.ରାମପୁର ଥାନା, ଭବାନୀପାଟଣା ସଦର ଥାନା, ବାଲିଗୁଡା ଥାନା ରେ କେଶ ଥିବାର ଏବଂ ସେ ପୋଲିସର ୱାନଟେଡ ଥିବା ଜଣାପଡିଥିଲା । ସଂପୃକ୍ତ ହେମନ୍ତର ବାଇକରେ ଥିବା ବସ୍ତାରେ ଦେଶୀ ବନ୍ଧୁକ, ଗୁଳି, ବୋମା, ଭୂଜାଲି  ତଥା ଦେଶୀ ପାଉଚ ମଦ ପୋଲିସ ଜବତ କରିବା ସହ ହେମନ୍ତକୁ ଗିରଫ କରିଥିବା ଜଣାପଡିଛି । ହେମନ୍ତର ନାମରେ ମ.ରାମପୁର ଥାନାରେ କେଶ ନଂ.୧୩୦/୨୦୨୧ ଆଇପିସି ଧାରା୩୪୧,୩୨୩,୩୭୯,୫୦୬,୩୪ ଧାରା, କେଶ ନଂ.୭୨/୨୦୨୦ ଆଇପିସି ୨୯୪,୩୨୩,୩୫୩,୫୦୬,୩୪ ଧାରା ତଥା  ୨୫ ଅର୍ମସ ଆକ୍ଟ, ଭବାନୀପାଟଣା ଥାନା କେଶ ନଂ. ୯୧/୨୦୧୮ ଆଇପିସି ୪୫୭,୩୮୦ ଧାରା ଓ ବାଲିଗୁଡା ଥାନା କେଶ ନଂ.୧୪୬/୨୦୧୯ ଆଇପିସି ୪୫୨,୩୪୧,୩୨୩,୩୯୨,୩୯୪,୩୫୪,୫୦୬,୩୪ ।ାଇପିସି ତଥା ୨୫,୨୭ ଆର୍ମସ ଆକ୍ଟ  ଏବଂ ଚାର୍ଜ ସିଟ ନଂ. ୮୧ ତା.୨୬.୦୫ ୨୦୨୦ ରେ କେଶ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.