Home ଓଡ଼ିଶା ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ...

ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ

24

ମାଲକାନଗିରି,୧୪ା ୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଦ୍ରପ୍ରଦେଶ ଇଷ୍ଟଗୋଦାବରି ଠାରେ ନିର୍ମାଣଧିନ ପୋଲାଭରମ ପ୍ରକଳ୍ପ କୁ ମାଲକାନଗିରି ଜିଲ୍ଲା ସିପିଆଇଏମ ପାର୍ଟି ପକ୍ଷରୁ ବିରୋଧ କରାଯାଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରା ଯାଇଛି ।ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ମାଲକାନଗିରି ଜିଲ୍ଲାର ଜଳ ଜଙ୍ଗଲ,ଜମି, ଗାଁ କ୍ଷତି ହେବାସହ ଓଡିଶାର ସୀମାନ୍ତ ମୋଟୁ ତହସିଲ ପୋଲାଭରମ ଜଳମଧ୍ୟରେ ଲିନ ହୋଇ ଯିବ । ଏହି ପ୍ରକଳ୍ପ ନିର୍ମାଣ ହେବାଠାରୁ ମୋଟୁ ତହସିଲ ଅଚଂଳର ଅନେକ ଗ୍ରାମରେ ବାରମ୍ବାର ବନ୍ୟା ଆସି ଅନେକ କ୍ଷୟ କ୍ଷତି ଘଟାଇଚାଲିଛି । ଆନ୍ଦ୍ର ସାରକାରନିଜ ରାଜ୍ୟର କ୍ଷତିଗସ୍ତ ଗ୍ରାମବାସୀ ମାନଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରିଥିବା ବେଳେ ଓଡିଶା ସରକାର ମାଲକାନଗରି ଜିଲ୍ଲାର କ୍ଷତିଗସ୍ତ ଗ୍ରାମବାସୀ ମାନଙ୍କ ପାଇଁ କୌଣସି ଥଇଥାନର ବ୍ୟବସ୍ଥା କରିନହାଁନ୍ତି । ମାଲକାନଗିରି ଜିଲ୍ଲାର ଜଳ ,ଜଙ୍ଗଲ ଜମି ଓ ଆଦିବାସୀ ମାନଙ୍କ ସୁରକ୍ଷା ଦାବି କରି ଆଜି ଜିଲ୍ଲା ସିପିଆଇଏମ ର ନେତା ବ୍ରଜମାଝୀଙ୍କ ନେତୃତ୍ୱରେ ଶତାଧିକ ସିପିଆଇଏମ କର୍ମୀ କୋଭିଡ ନିୟମ ପାଳନ କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିଛନ୍ତି । ପୋଲାଭରମ ପ୍ରକଳ୍ପ କୁ ବିରୋଧ ସହିତ କ୍ଷତିଗସ୍ତ ଗ୍ରାମବାସୀ ମାନଙ୍କୁ ଥଇଥାନ କରିବା ପାଇଁଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସିପିଆଇଏମ ଦଳ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.