Home ଜିଲ୍ଲା ପରିକ୍ରମା ପୋଟେରୁ କେନାଲ ଭାଙ୍ଗି ୮ଟି ଘରେ ପସିଲା ପାଣି, ଶହ ଶହ ଏକର ଚାଷଜମି ନଷ୍ଟ

ପୋଟେରୁ କେନାଲ ଭାଙ୍ଗି ୮ଟି ଘରେ ପସିଲା ପାଣି, ଶହ ଶହ ଏକର ଚାଷଜମି ନଷ୍ଟ

62

ମାଲକାନଗିରି,୨୧ା୪ (ଓଡିଆ ପୁଅ ) ନିମ୍ମମାନର କାମ ଯୋଗୁ ପୋଟେରୁ କେନାଲ ଭାଙ୍ଗି ଶହ ଶହ ଚାଷ ଚାଷ ଜମିନଷ୍ଟ ହେବାସହ ୮ଟି ଘରେ ପାଣି ପସି ଘର କାନ୍ଥ ଭୁଷୁଡିପଡିଛି । ଏପରି ଅଭାଭନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୋରାଖୁଠାଂ ପଚାଂୟତ ଏମପିଭି ୨ ଗ୍ରାମନିକଟରେ । ସେହି ଗ୍ରାମ ନିକଟ ରେ ଯାଇଥିବା କେନାଲରୁ ପାଣି ଲିକ ହେଉଥିବାର ଦେଖି ଗତ ଦୁଇଦିନ ତଳେ ଗ୍ରାମବାସୀ ମାନେ ପୋଟେରୁ କେନାଲ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ । କନିଷ୍ଟ ଯନ୍ତ୍ର ଓ ବିଭାଗୀୟ ଅଧିକାରୀ ମାନେ ଗତ କାଲି କିଛି ବାଲିବସ୍ତା ସେଠାରେ ପକାଇ ପଳାଇଥିଲେ । ଆଜି ସକାଳେ ସେହି କେନାଲଟି ଭାଙ୍ଗି ଯାଇ ପ୍ରବଳ ବେଗରେ ବନ୍ୟା ଆସିବାପରି ପାଣି ନିକଟସ୍ଥ ଗ୍ରାମକୁ ପ୍ରବେଶ କରିଥିଲା । ଗ୍ରାମର ୮ଟି ଘେର ପାଣିପସି ଘର ର ମାଟି କାନ୍ଥ ଭୁଷୁଡି ପଡିବାସହିତ ଘରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକ ନଷ୍ଟ ହୋଇଯାଇଛି । ପନାରଗୁଡା,ଏମପିଭି୨, ଏମପିଭି୩ ଗ୍ରାମର ଶହ ଶହ ଏକର ଚାଷ ଜମିରେ ଏହି କେନାଲ ପାଣି ପସି ବାଦାମ,ପନିପରିବା, ଖରାଦିନିଆ ଧାନ ଫସଲ ମଧ୍ୟ ନଷ୍ଟହୋଇ ଯାଇଥିବାର ନିକଟସ୍ଥ ଗ୍ରାମର ନରେଶ ବିଶ୍ୱାସ, ପନାରଗୁଡା ଗ୍ରାମର ସମା ମାଡକାମି ଙ୍କ ସହ ଅନ୍ୟାନ ଚାଷୀ ମାନେ ଅଭିଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ ବୃହତ ପୋଟେରୁ ଜଳ ସେଚନ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର ଚାଷ ଜମିକୁ ଜଳସେଚନକରିବା ପାଇଁ ବିଭିନ୍ନ ସ୍ଥାନରେ କେନାଲ ଖୋଳାଯାଇଛି । ନିମ୍ମମାନର କେନଲା ଖୋଲା ଯାଇଥିବାରୁ କେନାଲରେ ପାଣି ଛଢାଗଲାବେଳକୁ ବାରମ୍ବାରା କେନାଲଗୁଡିକ ଭାଙ୍ଗି ଭୁଷୁଡି ଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ ଖାମଖିଆଲି ଭାବେ ନେଉଥିବାରୁ ଗରିବ ଗ୍ରାମବାସୀ ମାନେ ବହୁତ ହଇରାଣ ହେଉଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.