Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କୁ ସମ୍ମାନ୍ନିତ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କୁ ସମ୍ମାନ୍ନିତ

38

କୋରାପୁଟ ୨୧-୦୪(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ସମ୍ମାନ୍ନିତ କରାଯାଇଥିବା ଜଣାପଡିଛି ।ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଆଇ .ରାମବ୍ରହ୍ମମଙ୍କ ତରଫରୁ ଇଂ ପଦ୍ମଲୋଚନ ସ୍ୱାଇଁ ଓ ଜିତେନ୍ଦ୍ର ପଣ୍ଡା ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଶ୍ରୀ ମୁର୍ମୁଙ୍କୁ ସମ୍ମାନ୍ନିତ କରିଥିଲେ ବୋଲି ବିଶ୍ୱବିଦ୍ୟାଳୟ ତରଫରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।କୂଲପତିଙ୍କ ପ୍ରଚେଷ୍ଟାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିବା ସହିତ ବିଶ୍ୱବିଦ୍ୟାଳୟର ବିକାଶ ଦିଗରେ ସମସ୍ତ ସହାୟତା ଯୋଗଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.