Home ଜିଲ୍ଲା ପରିକ୍ରମା ପୋଖରୀରେ ପଡି ଶିଶୁ ମୃତ

ପୋଖରୀରେ ପଡି ଶିଶୁ ମୃତ

65

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ କୁରିକଣା ଗ୍ରାମର ଚିତ୍ତରଞ୍ଜନ ନାୟକଙ୍କ ଶିଶୁପତ୍ର ଦିବ୍ୟପ୍ରକାଶ(୮) ସୋମବାର ଅପରାହ୍ନରେ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାଯାଇଛି । କେଜି-୨ ଶ୍ରେଣୀରେ ପଢୁଥିବା ଦିବ୍ୟରଞ୍ଜନ ଟିଉସନ ପାଇଁ ବରଦାବଜାର ଅଞ୍ଚଳକୁ ଯାଇଥିଲେ । ସାଥିପିଲାଙ୍କ ସହ ଖେଳୁଥିବା ବେଳେ ଜନୈକ ବ୍ୟକ୍ତିର ପୋଖରୀକୁ ଦିବ୍ୟର ଗୋଡ ଖସିଯାଇଥିଲା । ସାଥିପିଲାମାନେ ଏ ସମ୍ପର୍କରେ ଜଣାଇବାରୁ ସ୍ଥାନୀୟ ଲୋକେ ଖୋଜାଖୋଜି କରି ଦିବ୍ୟକୁ ପୋଖରୀ ଜଳରୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ସୂଚନା ଅନୁଯାୟୀ ପୁଲିସ ଅପମୃତ୍ୟୁ ମାମଲା ଋଜୁ କରି ଶବ ଜବତ କରିଥିବା ଜଣାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.