Home ଜିଲ୍ଲା ପରିକ୍ରମା କଳାବ୍ୟାଜ ପିନ୍ଧି କାର୍ଯ୍ୟ କଲେ ପିିଇଓ, ୧୮ରୁ ଯିବେ ସମୂହ ଛୁଟିରେ

କଳାବ୍ୟାଜ ପିନ୍ଧି କାର୍ଯ୍ୟ କଲେ ପିିଇଓ, ୧୮ରୁ ଯିବେ ସମୂହ ଛୁଟିରେ

45

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଧିନରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସୋମବାର ଠାରୁ ଜଳାବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି । ବିଭିନ୍ନ ଦାବି ପୂରଣ ପାଇଁ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ଆହ୍ୱାନରେ ବ୍ଲକରେ କାର୍ଯ୍ୟରତ ପିଇଓମାନେ ପ୍ରତୀକାତ୍ମ ଭାବେ କଳାବ୍ୟାଜ ପିନ୍ଧି କାର୍ଯ୍ୟ ସମ୍ପାଦକ କରିଥିଲେ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସର୍ବନିମ୍ନ ଯୋଗ୍ୟତା +୩ କରାଯିବା, ଅନ୍ୟୁନ ୧୦ ବର୍ଷ କାର୍ଯ୍ୟ ତୁଲାଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ଦେବା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସର୍ବନିମ୍ନ ମାସିକ ଦରମା ଲେବଲ-୯ ଅନୁଯାୟୀ ୩୫,୪୦୦ କରାଯିବା ଆଦି ଦାବିଗୁଡିକ ପୂରଣ ପାଇଁ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟସୀମା ମଧ୍ୟରେ ରାଜ୍ୟ ସରକାରୀ କୌଣସି ପଦକ୍ଷେପ ନନେଲେ ଆଗାମୀ ୧୮ ତାରିଖ ଠାରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ସମୂହ ଛୁଟିରେ ଯିବେ ବୋଲି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା, ବିକ୍ରମ ସାହୁ, ନରେନ୍ଦ୍ର କୁମାର ରାଉତ, ଗୋପାଳ ପଣ୍ଡା, ନାରାୟଣ ଦାସ, ବର୍ଷାରାଣୀ ଦତ୍ତ, ରବିନାରାୟଣ ପାତ୍ର, ନାରାୟଣ ଚନ୍ଦ୍ର ପଣ୍ଡା, ପ୍ରମୋଦ କୁମାର ମିଶ୍ର, ସରୋଜ କୁମାର ରାଉତରାୟ ପ୍ରମୁଖ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.