Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରିଜିୟନାଲ ସ୍ପୋର୍ଟ ମିଟ୍

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରିଜିୟନାଲ ସ୍ପୋର୍ଟ ମିଟ୍

70

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୭ ଓ ୮ ତାରିଖ ଦିନ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରିଜିୟନାଲ୍ ସ୍ପୋର୍ଟ ମିଟ୍ ପାଇଁ ଭଦ୍ରକ କୋରକୋରା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ପୋର୍ଟ ଇନ୍ ଚାର୍ଜ ଏସ୍‌.ରାଉତ ଏବଂ ଶବନମ ସେନାପତିଙ୍କ ତତ୍ତ୍ୱାବଧାନରେ ଭଦ୍ରକ ଜିଲ୍ଲାରୁ ୯ଜଣ କ୍ରୀଡ଼ାବିତ୍ ଟାଏକୋଣ୍ଡ ଖେଳ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସୁଦୀପ୍ତା ବାରିକ୍‌, ବିକାଶ ନାଥ, ଆଶୁତୋଷ ସାହୁ, ସୋୟମ ପ୍ରକାଶ ସାହୁ, ପ୍ରସନ୍ନଜିତ୍ ମିଶ୍ର, ସୋମେନ୍ଦ୍ର କୁମାର ଦାସ, ଜ୍ୟୋତିରଂଜନ ମହାଳିକ, ଶ୍ରୀୟା ପତି ଓ ଓମ୍‌ପ୍ରଜ୍ଞା ପଣ୍ଡା ଅନ୍ୟତମ । ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍‌ସିପାଲ ଇନ୍‌ଚାର୍ଜ ରଶ୍ମିତା ସାହୁ କ୍ରୀଡ଼ାବିତ୍‌ମାନଙ୍କୁ ଅର୍ପଣ ସହ ଶୁଭକାମନା ଜରଶଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.