Home Top News ପେନ୍‌ସନ୍‌ଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା

ପେନ୍‌ସନ୍‌ଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା

39

ଭୁବନେଶ୍ୱର, ୩୦/୧୧ (ଓଡ଼ିଆ ପୁଅ) କୋଭିଡ୍–୧୯ ମହାମାରୀ ଦୃଷ୍ଟିରୁ ପେନ୍‌ସନ୍‌ଭୋଗୀମାନଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ୍) ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଓଡ଼ିଶା ଟ୍ରେଜେରୀ ସଂହିତା ଭଲ୍ୟୁମ୍ -୧ର ରୁଲ୍ ୩୧୪ ଅନୁଯାୟୀ ପ୍ରତିବର୍ଷ ପେନ୍ସନ୍‌ଭୋଗୀମାନେ ନଭେମ୍ବର ୩୦ ତାରିଖ ମଧ୍ୟରେ ଜୀବିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ। ଏହାଛଡ଼ା ସେମାନଙ୍କୁ ବିବାହ କରିନଥିବା, ପୁନର୍ବିବାହ ଓ ଅନ୍ୟତ୍ର ନିୟୋଜନ ସମ୍ବନ୍ଧୀୟ ଘୋଷଣାନାମା ଦେବାକୁ ପଡ଼ିଥାଏ।

ରାଜ୍ୟ ସରକାର କୋଭିଡ୍–୧୯ ମହାମାରୀର ପ୍ରଭାବ ବଳବତ୍ତର ରହିଥିବା ଦୃଷ୍ଟିରୁ ଏହି ପ୍ରମାଣପତ୍ର ଦାଖଲ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.