Home ଓଡ଼ିଶା ପେଟରୁ ବାହାରି ପାରିଲାନି ଫୁଲ : ମା’ର ମୃତ୍ୟୁ, ବଞ୍ଚିଗଲା ଶିଶୁ କନ୍ୟା

ପେଟରୁ ବାହାରି ପାରିଲାନି ଫୁଲ : ମା’ର ମୃତ୍ୟୁ, ବଞ୍ଚିଗଲା ଶିଶୁ କନ୍ୟା

153

କେନ୍ଦ୍ରାପଡ଼ା, ୨୭ା୭ (ଓଡ଼ିଆ ପୁଅ) : ଜନୈକ ମହିଳା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ହେଲେ ଜନ୍ମ ପରେ ପେଟରୁ ଫୁଲ ନବାହାରିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ସଂପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ହେଲେ ଶିଶୁ କନ୍ୟାଟି ବଞ୍ଚି ଯାଇଛି। ସୂଚନା ଅନୁଯାୟୀ ରାଜନଗର ଅନ୍ତର୍ଗତ ରଙ୍ଗଣି ତାଳଚୁଆର ନାରାୟଣପୁର ଗ୍ରାମର ଜଗନ୍ନାଥ ମଣ୍ଡଳଙ୍କ ପତ୍ନୀ ପ୍ରସବ ବେଦନା ପାଇବାରୁ ତାଙ୍କୁ ପ୍ରଥମେ ତାଳଚୁଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଶିଶୁ କନ୍ୟା ଜନ୍ମ ହେବା ପରେ ମହିଳାଙ୍କ ପେଟରୁ ଫୁଲ ବାହାରି ପାରି ନ ଥିଲା। ଏହାର କାରଣ ଥିଲା ସ୍ୱାସ୍ଥ୍ୟକେନ୍ଦ୍ରରେ କୈାଣସି ଡାକ୍ତର ନଥିଲେ। ତେଣୁ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ମହିଳା ଜଣକ କେନ୍ଦ୍ରାପଡ଼ା ଆସୁଥିବା ବେଳେ ବାଟରେ ଗୁରୁତର ହୋଇ ପଡିଥିଲେ। କେନ୍ଦ୍ରାପଡାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ଶିଶୁକୁ ନବଯାତ ଶିଶୁ ୱାର୍ଡରେ ରଖାଯାଇ ଚିକିତ୍ସିତ କରାଯାଇଥିଲା। ଏସମ୍ପର୍କରେ ଖବର ପାଇ ଶିଶୁ ମଙ୍ଗଳ ସମିତି ପକ୍ଷରୁ ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଲଲିତାଞ୍ଜଳି ଦାସ, କନକଲତା ବେହେରା, ଶୁଭଲିପ୍ସା ବାରିକ ପ୍ରମୁଖ ଚିକିତ୍ସାଳୟରେ ପହଞ୍ଚିଥିଲେ। ଏଥିସହ ମୁଖ୍ୟଚିକିତ୍ସାଧିକାରୀ ଡା. ଅନିତା ପଟ୍ଟନାୟକଙ୍କୁ ଶିଶୁଟିର ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ। ଶିଶୁଟି ଏବେ ସୁସ୍ଥ ଥିବା ଜଣାପଡିଛି। ତେବେ ଏହି ଘଟଣା ପରେ ମେଡିକାଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.