Home କେନ୍ଦ୍ରାପଡ଼ା କୃଷକ ନେତା କପିଳ ବିଶ୍ୱାଳଙ୍କ ପରଲୋକ

କୃଷକ ନେତା କପିଳ ବିଶ୍ୱାଳଙ୍କ ପରଲୋକ

31

କେନ୍ଦ୍ରାପଡ଼ା, ୨୭ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମପଞ୍ଚାୟତର ଗଣ୍ଡାକିଆ ଗ୍ରାମର ମୁରବୀ ତଥା ସମସ୍ତଙ୍କ ପ୍ରିୟ କୃଷକନେତା କପିଳ ଚନ୍ଦ୍ର ବିଶ୍ୱାଳଙ୍କର ବୁଧବାର କଟକସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି। ସେ ୪ଥର ଆୟବା ପ୍ରାଥମିକ କୃଷି ସମବାୟ ସମିତିର ନିର୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ। ସମଗ୍ର ଅଞ୍ଚଳରେ କୃଷକମାନଙ୍କ ଅଧିକାର ପାଇଁ ସେ ଲଢେଇ କରୁଥିଲେ। ଗଣ୍ଡାକିଆ ଅଞ୍ଚଳରେ ତାଙ୍କର ଏକ ବଡ ତେଜରାତି ଦୋକାନ ରହିଛି। ତାଙ୍କ ବିୟୋଗରେ ଗଣ୍ଡାକିଆ ବଜାରରେ ଥିବା ସମସ୍ତ ଦୋକାନ ବଜାର ତାଙ୍କ ସମ୍ମାନାର୍ଥେ ବନ୍ଦ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ସୁବାସ ବୋହୁ ସୁଜାତାଙ୍କ ସମେତ ପରିବାରବର୍ଗ ଉପସ୍ଥ୍ରିତ ଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଶେଷ ଯାତ୍ରାରେ ବରିଷ୍ଠ ବିଜେଡି ନେତା ବିଜୟ କୁମାର ସ୍ୱାଇଁଙ୍କ ସମେତ ଆୟବା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.