Home ଓଡ଼ିଶା ପୂର୍ବତନ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ପୂର୍ବତନ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

73

ବାଲେଶ୍ୱର, ୧ା୯(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବର୍ଷ ବନ୍ୟାରେ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ ଓ ବିପନ୍ନଙ୍କୁ ସାହସ ଦେବା ପାଇଁ ସେମାନଙ୍କ ପାଖରେ ପହଞ୍ଚି ଥିଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ସଦର ବ୍ଲକର ବଇଁଚା, ସିନ୍ଧିଆ, ଗୋପିନାଥପୁର, ଓଲାନ୍ଦା ସାରଗାଁ, ପରିଖି, ଶ୍ରୀରାମପୁର ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗାଁରେ ବନ୍ୟା ଯୋଗୁଁ ବହୁ ଚାଷ ଜମି ସହ ଘରଦ୍ୱାର ନଷ୍ଟ ହୋଇଥିବା ସେ ଲକ୍ଷ୍ୟ କରିଛନ୍ତି।ଶ୍ରୀ ଦାଶଙ୍କ ସହ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏହି ସବୁ ପଞ୍ଚାୟତର ବିପନ୍ନଙ୍କୁ ଭେଟି ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।ଏମିତିକି ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରିବେ ବୋଲି ସେ ଲୋକଙ୍କୁ କହିଥିଲେ। ବନ୍ୟା ଯୋଗୁୁଁ ବହୁ ରାସ୍ତା ସହ ପୋଲ, ବନ୍ଧ ମଧ୍ୟ ନଷ୍ଟ ହୋଇଯାଇଛି, ତେଣୁ ଏସବୁକୁ ଅବିଳମ୍ବେ ମରାମତି କରାଯିବ ବୋଲି ଶ୍ରୀ ଦାଶ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବିପନ୍ନଙ୍କ ପାଇଁ ସମସ୍ତ ସରକାରୀ ସାହାଯ୍ୟ ଯେପରି ସଠିକ୍ ଭାବେ ସେମାନଙ୍କ ପାଖରେ ପହଁଚି ପାରିବ ସେ ଉପରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ସହ ଶ୍ରୀ ଦାଶ ଆଲୋଚନା କରିଥିଲେ। ବନ୍ୟାଞ୍ଚଳ ପରିର୍ଦଶନ ବେଳେ ପୂର୍ବତନ ବିଧାୟକଙ୍କ ସହ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାଡ଼ସଭ୍ୟଙ୍କ ସମେତ ପଞ୍ଚାୟତର ସମସ୍ତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.