Home ଓଡ଼ିଶା ପୂର୍ବତନ ଜିଲ୍ଲାପାଳଙ୍କ ଗସ୍ତ ସୂଚନାକୁ ନେଇ ନେରେଡିବାଲସାରେ  ଆନ୍ଧ୍ର  ପ୍ରଶାସନିକ ଅଧିକାରୀ ଓ ପୋଲିସ

ପୂର୍ବତନ ଜିଲ୍ଲାପାଳଙ୍କ ଗସ୍ତ ସୂଚନାକୁ ନେଇ ନେରେଡିବାଲସାରେ  ଆନ୍ଧ୍ର  ପ୍ରଶାସନିକ ଅଧିକାରୀ ଓ ପୋଲିସ

39

କୋରାପୁଟ ୧୩-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଂପାଦକ ଗଦାଧର ପରିଡା କୋଟିଆ ପଂଚାୟତର ନେରେଡିବାଲସାରେ ସ୍ଥାପିତ ପତିତପାବନ ମନ୍ଦିର ଗସ୍ତ ସୂଚନାକୁ ନେଇ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଓ ପୋଲିସ ଅଧିକାରୀ ନେରେଡିବାଲସା ଆସିଥିଲେ ବୋଲି ଜଣାପଡିଛି ।
କୋଟିଆ ପଂଚାୟତର ନେରେଡିବାଲସାରେ କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ଏକ ନୂତନ ପତିତପାବନ ମନ୍ଦିର ନିର୍ମାଣ କରିବା ସହ ପ୍ରତିଷ୍ଟା କରିଥିଲେ ।ଏହି ଖବର ଶୁଣିବା ପରେ ଆନ୍ଧ୍ରପ୍ରଦେଶର ସାଲୁର ତହସିଲଦାର ନେରେଡିବାଲସା ଆସି ଶ୍ରୀ ପରିଡାଙ୍କ ସହ ମନ୍ଦିର ନିର୍ମାଣକୁ ନେଇ ଯୁକ୍ତିତର୍କ ହୋଇଥିଲା ।ଏହାପରେ ସାଲୁର ବିଧାୟକ ନେରେଡିବାଲସାରେ ମନ୍ଦିର ନିର୍ମାଣକୁ ନେଇ  ଶ୍ରୀ ପରିଡାଙ୍କ ନାମରେ ଏକ କେସ କରିବା ନିମନ୍ତେ କହିଥିବା ଶ୍ରୀ ପରିଡା କୋରାପୁଟଠାରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଥିଲେ ।କୋଟିଆ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଆଣି ପତିତପାବନ ମନ୍ଦିର ଗସ୍ତ କରିବେ ବୋଲି ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରିବା ଖବର ଆନ୍ଧ୍ର ଅଧିକାରୀମାନେ କୈାଣସି ସୂତ୍ରରୁ ଜାଣିପାରି ଆଜି ଆଇଟିଡିଏ ଅଧିକାରୀ କୁର୍ମାନାଥ ,ଡିଏସପି ସୁବାସ , ସିଆଇ ଏରା ନାଇଡୁ ଓ ଏମଡିଓ ପାର୍ବତୀ ପ୍ରମୁଖଙ୍କ ସହ ପୋଲିସ ଫୋର୍ସ ନେରେଡିବାଲସା ଆସିଥିଲେ ବୋଲି ଜଣାପଡିଛି ।କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ,ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ , ଜଗନ୍ନାଥ ମନ୍ଦିର ସଂପାଦକ ଗଦାଧର ପରିଡା , ସେମିଲିଗୁଡା କଲେଜ ଅଧ୍ୟାପିକା ଝାନସି ସିଂ ଓ ଅନେକ ବ୍ୟକ୍ତି କୋଟିଆ ଯାଇଥିଲେ ।ନେରେଡିବାଲସାକୁ ଶ୍ରୀ ପରିଡା ଗସ୍ତ କଲେ ବିବାଦ ଅଧିକା ଘନୀଭୂତ ହେବାର ଆଶାଙ୍କା କରି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ନେରେଡିବାଲସା ଗସ୍ତ କରିବାକୁ ଶ୍ରୀ ପରିଡାଙ୍କୁ ବାରଣ କରାଯାଇଥିଲା ।ତେଣୁ ଜିଲ୍ଲା ପ୍ରଶାସନର କହିବାନୁସାରେ ଶ୍ରୀ ପରିଡା ନେରେଡିବାଲସା ଗସ୍ତ କରି ନ ଥିଲେ  ଓ କୋଟିଆରେ ରହି କୀର୍ତନ କରାଯାଇଥିଲା ।ଆନ୍ଧ୍ର ଅଧିକାରୀମାନେ ଉପରସେମ୍ବି ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସହ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥଲେ । ଗ୍ରାମବାସୀମାନେ ଶିକ୍ଷା ଓ ରାସ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.