Home ଓଡ଼ିଶା କେନ୍ଦ୍ରାପଡ଼ାର ଥ୍ରୀ ଡି ପାଠାଗାର ରାଜ୍ୟରେ ପ୍ରଥମ

କେନ୍ଦ୍ରାପଡ଼ାର ଥ୍ରୀ ଡି ପାଠାଗାର ରାଜ୍ୟରେ ପ୍ରଥମ

54

କେନ୍ଦ୍ରାପଡ଼ା, ୧୩ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜ୍ୟର ପ୍ରଥମ ଥ୍ରୀ ଡି ପାଠାଗାର କେନ୍ଦ୍ରାପଡ଼ାରେ ନିର୍ମାଣାଧିନ ରହିଛି। ପାଠାଗାରର କାନ୍ଥରେ ଥ୍ରୀ ଡି ରଙ୍ଗ ଲେପନ ହେଉଛି। କାନ୍ଥରେ ବହି, ବହି ର‌୍ୟାକ, ଛାତ୍ରଛାତ୍ରୀମାନେ ପାଠ ପଢୁଥିବାର ଦୃଶ୍ୟକୁ ଖୁବ ସୁନ୍ଦର ଭାବେ ଅଙ୍କନ କରାଯାଇଛି। କାନ୍ଥକୁ ଦେଖିଲେ ଲାଗୁଛି ଯେମିତି ଛାତ୍ରଛାତ୍ରୀମାନେ ବସି ପାଠ ପଢୁଛନ୍ତି। ଏଥିସହିତ ର‌୍ୟାକରେ ପୁସ୍ତକମାନ ରଖାଯାଇଛି। ଏହି କନସେପ୍ଟ ତେଲେଙ୍ଗାନାରୁ ଆଣିଛନ୍ତି ପୌରପାଳିକାର ନିର୍ବାହୀ ଅôଧକାରୀ ଦେବ ପ୍ରସାଦ ବଳ। ଶ୍ରୀ ବଳ କହିଛନ୍ତି ଯେ ଏହି ପାଠାଗାର ନିର୍ମାଣ ସରିବା ପରେ ଏହା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମରେ ନାମକରଣ କରାଯିବ। ଏହି ପାଠାଗାରରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାଠାଗାରରେ ୫୦ ହଜାରରୁ ଅôଧକ ପୁସ୍ତକ ମଧ୍ୟ ରହିବ। ସେହିପରି ପାଠାଗାରକୁ ଅତ୍ୟାଧୁନିକ ଜ୍ଞାନକୈାଶଳର ପ୍ରୟୋଗ କରାଯାଇ ପରିପୂର୍ଣ୍ଣ କରାଯିବ। ସେହି ପାଠାଗାରରେ କମ୍ପ୍ୟୁଟର ଏବଂ ୱାଇ ଫାଇର ବ୍ୟବସ୍ଥା ସଂଯୋଗ କରାଯିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ ରହିବ ଏହି ପାଠାଗାରରେ। ଫଳରେ ଛାତ୍ରଛାତ୍ରୀମାନେ ପାଠାଗାରରେ ବସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରିପାରିବେ। ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ନିମନ୍ତେ ଜିଲ୍ଲା ବାହାରକୁ ବା ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା। ହେଲେ ଏହି ଅତ୍ୟାଧୁନିକ ପାଠାଗାରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଏହି ସୁଯୋଗ କେନ୍ଦ୍ରାପଡାରେ ପାଇ ପାରିବେ। ତେଣୁ ସେମାନଙ୍କୁ ଆଉ ଜିଲ୍ଲା ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ ବୋଲି ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.