Home ଓଡ଼ିଶା ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ବିୟୋଗରେ ଆଇପିଏସ୍ ସଂଘର ଶୋକ

ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ବିୟୋଗରେ ଆଇପିଏସ୍ ସଂଘର ଶୋକ

62

କଟକ ୦୭-୦୮ (ଓଡ଼ିଆ ପୁଅ) – ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ବିୟୋଗରେ ରାଜ୍ୟ ଆଇପିଏସ୍ ସଂଘର ସଭ୍ୟ ସଭ୍ୟା ମାନେ ଗଭୀର ମର୍ମାହତ ହୋଇଛନ୍ତି। ଆଜି ଅପରାହ୍ନରେ ପୋଲିସ ଡି-ଜି ଶ୍ରୀ ଅଭୟଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ୱର୍ଗତ ତିୱାରୀଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତ ତିୱାରୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘ ତରଫରୁ ସ୍ୱର୍ଗତ ତିୱାରୀଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ପ୍ରାରମ୍ଭରେ ଆଇ-ପି-ଏସ୍ ସଂଘର ସଂପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱର୍ଗତ ତିୱାରୀଙ୍କ ଚାକିରୀ ଜୀବନ ଉପରେ ଆଲୋକପାତ କରିଥିଲେ। ଡି ଜି ପି ଅଭୟ ଏବଂ ବରିଷ୍ଠ ଅଧିକାରୀ ମାନେ ସ୍ୱର୍ଗତ ତିୱାରୀଙ୍କ ସ୍ମୃତିଚାରଣ କରିଥିଲେ।

ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏହି ସଭାରେ ଅଗ୍ନିଶମ ବିଭାଗ ଡି ଜି ଡଃ ସତ୍ୟଜିତ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରେଲବାଇ ଶ୍ରୀ ପ୍ରଣବିନ୍ଦୁ ଆଚାର୍ଯ୍ୟ, ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ଡି ଜି ଶ୍ରୀ ବିନୟତୋଷ ମିଶ୍ର, ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇ ଜି ଶ୍ରୀମତୀ ରେଖା ଲୋହାନୀ, ଶ୍ରୀ ଯତିନ୍ଦ୍ର କୋଏଲ, ଶ୍ରୀ ପ୍ରବିଣ କୁମାରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ବିଭିନ୍ନ ସ୍ଥାନରୁ ଯୋଡି ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଅତିରିକ୍ତ ଡି ଜି ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.