Home ଓଡ଼ିଶା ପୁଲିସ କ୍ୟାଟିଂନ ରେ କାମକରୁଥିବା ମହିଳା କ୍ଷତାକ୍ତ ଓ ଅଚେତ ଅବସ୍ଥାରେ ଘରୁଉଦ୍ଧାର,ପୁଲିସ ପକ୍ଷରୁ ତଦନ୍ତ...

ପୁଲିସ କ୍ୟାଟିଂନ ରେ କାମକରୁଥିବା ମହିଳା କ୍ଷତାକ୍ତ ଓ ଅଚେତ ଅବସ୍ଥାରେ ଘରୁଉଦ୍ଧାର,ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

358

ମାଲକାନଗିରି,୧୦ା୫ (ଓଡିଆ ପୁଅ ) ମାଲକାନଗିରି ପୁଲିସ କ୍ୟାଟିଂନରେ କାମକରୁଥିବା ଜଣେ ଗରିବ ଆଦିବାସୀ ମହିଳାଙ୍କୁ କ୍ଷତାକ୍ତ ଓ ଅଚେତ ଅବସ୍ଥାରେ ତାଙ୍କଘରୁ ଉଦ୍ଧାର କରାଯାଇଛି , ସେହି ମହିଳାଙ୍କୁ କେହି ଦୁଷ୍କର୍ମ କରି ଅଚେତ ହୋଇଯିବା ପରେ ଘରେ ଛାଡିଦେଇ ପଳାଇଥିବା ମହିଳାଙ୍କର ସ୍ୱାମୀ ମାଲକାନଗିରି ଥାନାରେ ଏତଲା ଦେବାପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଦେଇଛି । ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲାସଦର ମହୁକାମ ଟେକବାଡିସାହିରେ ରହୁଥିବା ଜଣେ ଗରିବ ଆଦିବାସୀ ମହିଳା ପୁଲିସ କ୍ୟାଟିଂନରେ କାମକରନ୍ତି । ଗତ୭ତାରିଖ ଦିନ ସେହିମହିଳା କ୍ଷତାକ୍ତ ଅବସ୍ଥାରେ ଟେକବାଡି ସହି ନିଜଘରେ ପଡିଥିବାର କିଛି ଲୋକ ଦେଖି ପୁଲିସ କ୍ୟାଟଂନର ମାଲିକଙ୍କୁ ଜଣାଇଥିଲେ । ମହିଳାଙ୍କ ସ୍ୱାମୀ ଘରେ ନଥିବାରୁ କ୍ୟାଟିଂନ ମାଲିକ ମହିଳାଙ୍କ ସ୍ୱାମୀଙ୍କୁ ଏ ସଂପର୍କରେ ଜଣାଇ ଉଭୟେ ମାଲକାନଗିରି ଜିଲ୍ଲାହସପିଟାଲ ରେ ଚିକିତ୍ସା ନିମନ୍ତେ ଭର୍ତିକରିଥିଲେ । ଗତ କାଲିରାତ୍ରରେ ସେହି ହସପିଟାଲକୁ ଅନ୍ୟଏକ ରୋଗୀକୁ ଦେଖିବାକୁ ମା ଘର ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋୟୀ,ସଂପାଦିକା ଦୁଲାଲି ଥଣ୍ଡର,ସଂଗଠନ ସଂପାଦିକା ତାପତି ବିଶ୍ୱାସ ଯାଇଥିଲେ । ସେଠାରେ ଅଚେତ ଅବସ୍ଥାରେ ଥିବା ଚିକିତ୍ସିତ ହେଉଥିବା ଟେକ ବାଡିସାହିର ମହିଳାଙ୍କୁ ଦେଖିଥିଲେ । ସେ ମହିଳାଙ୍କ ସ୍ୱାମୀ କହିଥିଲେ ମୋ ସ୍ତ୍ରୀକୁ କିଏ ଦୁଷ୍କର୍ମ କରି ଘରେ ଫିଙ୍ଗିଦେଇ ପଳାଇଛି । ଏହା ଜାଣିବା ପରେ ମା ଘର ସଭାନେତ୍ରୀ ମାଲକାନଗିରି ଥାନାକୁ ଫୋନ କରିଥିଲେ ଓ ମହିଳାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବାର ଏକ ଏତଲା ଥାନାରେ ଦେଇଛନ୍ତି । ଏତଲା ପାଇଲା ପରେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ, ମହିଳା ସବଇନିସପେକ୍ଟର ପୁଲିସ ସଦଳବଳ ଗତ କାଲି ରାତ୍ରରେ ମାଲକାନଗିରି ହସପିଟାଲରେ ପହଁଚି ପ୍ରାଥମିକ ତଦନ୍ତ କରିଥିଲେ । ସେ ମହିଳା ଅଚେତ ହୋଇଥିବାରୁ ତାଙ୍କ ଠାରୁ କିଛି ବୟାନ ଗ୍ରହଣ କରା ଯାଇପାରିନାହିଁ । ଆଜି ସକାଳେ ପୁଣି ଥରେ ପୁଲିସ ମହିଳା ରହୁଥିବା ଟେକବାଡି ସାହିକୁ ଯାଇ ତନାଘନା ତଦନ୍ତ ଆରମ୍ଭ କରିଛନ୍ତି । ମହିଳାଙ୍କ ମୁହଁ,ଛାତି,ବେକ ଅନ୍ୟାନ ସ୍ଥାନରେ ଗଭିର କ୍ଷତ ଥିବାରୁ ତାଙ୍କର ଚେତା ନ ଫେରିବାରୁ ତାଙ୍କୁ ଉଚ୍ଚତର ଚିକିତ୍ସା କରିବା ନିମନ୍ତେ କୋରାପୁଟ ସହିଦଲକ୍ଷମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବା ନିମନ୍ତେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏ ସଂପର୍କରେ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ଙ୍କ ପ୍ରତିକ୍ରୀୟା ନେବାରୁ ସେ କହିଛନ୍ତି ଏ ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୧୪୨/୨୦, ୩୨୩/୩୭୬ ଦଫାରେ କେସ ରୁଜୁ କରାଯାଇଛି,ମହିଳାଙ୍କ ସ୍ୱାମୀଙ୍କ ଠାରୁ ଏତଲା ପାଇଲା ପରେ ସଙ୍ଗେ ସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି,ହସପିଟାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କର ଡାକ୍ତରମାଇନା ହୋଇଛି, ତାର ରିପୋର୍ଟ ହସ୍ତଗତ ହୋଇନାହିଁ, ରିପୋର୍ଟ ଆସିଲା ପରେ ତଦନ୍ତରେ ସହାୟକ ହେବ । ଆଜି ମହିଳାଙ୍କ ଘର ଜାଚଂ କରିବା ସହ ଆଖାପାଖ ପଡିଶା ଙ୍କ ବୟାନ ନିଆଯାଇଛି, ଖୁବ ଶିଘ୍ର ପ୍ରକୃତ ଘଟଣାର ପର୍ଦାଫାସ ହେବ ବୋଲି ଥାନାଅଧିକାରୀ କହିଛନ୍ତି । ସମଗ୍ର ବିଶ୍ୱରେ ମହାମାରି କରୋନା କାୟାବିସ୍ତାର କରି ଲକଡାଉନ ପରିସ୍ଥିତି ଦେଖା ଦେଇଥିବା ବେଳେ ଜଣେ ଗରିବ ଆଦିବାସୀ ମହିଳା ଙ୍କ ପ୍ରତି ଏପରି ନୃସଶଂ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏହାର ଉପଯୁକ୍ତ ତଦନ୍ତ କରାଯାଇ ପ୍ରକୃତ ଅପରାଧିକୁ କୋଠର ଦଣ୍ଡଦେବା ପାଇଁ ମହିଳାଙ୍କ ସ୍ୱାମୀ ଓ ମା ଘର ସଭାନେତ୍ରୀ ଶ୍ରୀମତୀ ବିଷୋୟୀ ଙ୍କ ସହ ଅନ୍ୟମହିଳା ମାନେ ଦାବିକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.