Home ଓଡ଼ିଶା ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ରି ଆଡ଼ମିସନ ଫୀ କୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ

ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ରି ଆଡ଼ମିସନ ଫୀ କୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ

33

ପୁରୀ ୨୫.୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ରି ଆଡ଼ମିସନ ଫୀ କୁ ନେଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖା ଦେଇଛି ଅଶାନ୍ତି। ଘଟଣାର ସମାଧାନ ନ ହେବା ରୁ ଛାତ୍ରଛାତ୍ରୀମାନେ କଲେଜ ଗେଟ ସାମ୍ନାରେ ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁସାରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଇଂଟିଗ୍ରଟେଡ଼ ବିଇଡି ଛାତ୍ରଛାତ୍ରୀ ମାନେ ଆଡମିଶନ ଫୀ କମେଇବା ଦାବି କରି ରାସ୍ତା ଅବରୋଧ କରିଛନ୍ତି। ଶତାଧିକ ଛାତ୍ରଛାତ୍ରୀମାନେ ରାସ୍ତା ରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ହେବା କଲେଜ ବନ୍ଦ ରହିଥିଲା ଏବେ ଆର୍ଥିକ ସ୍ଥିତି ଏବେ ସମସ୍ତଙ୍କ ଠିକ ନଥିବା ବେଳେ ଆଡ଼ମିସନ ଫୀ କୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟ ଅଟୋନମୋସ କଲେଜରେ ଫି ହ୍ରାସ ପାଇଥିବା ବେଳେ ପୁରୀ ଏସ ସି ଏସ କଲେଜ ରେ ମଧ୍ୟ ଫି ହ୍ରାସ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଅନ୍ୟପଟେ ଏହାକୁ ନେଇ ପ୍ରିନସିପାଲ କହିଛନ୍ତି ଛାତ୍ରଛାତ୍ରୀ ମାନଙ୍କର ଫିସ ବାବଦକୁ ୫ ହଜାର ଟଙ୍କା କଟାଯିବ ବୋଲି କୁହାଯାଇଥିଲା କିନ୍ତୁ ଛାତ୍ରଛାତ୍ରୀ ମାନେ ଫିସ ବାବଦକୁ ୨୫ ପ୍ରତିଶତ କଟାଯାଉ ବୋଲି ଦାବି କରୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରାଯାଇ ନିଷ୍କର୍ଷ ବାହାରକରାଯିବ ବୋଲି ପ୍ରିନସିପାଲ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.