Home ଓଡ଼ିଶା ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ନିର୍ବାଚନ ପାଇଁ ବୈଠକ

ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ନିର୍ବାଚନ ପାଇଁ ବୈଠକ

44

ଭୁବନେଶ୍ୱର, ତା ୨୬ା୧୦ (ଓଡ଼ିଆ ପୁଅ) : ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ କର୍ମକର୍ତ୍ତା ତଥା ବରିଷ୍ଠ ସଦସ୍ୟ ଏବଂ ୨୦/୨୨ ଗୋଟି ଜିଲ୍ଲା ପ୍ରତିନିଧିମାନଙ୍କର ଏକ ଗରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଭୁବନେଶ୍ୱର ଖାରବେଳନଗରସ୍ଥିତ ୟୁନିଟ୍‌୩, ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନ ଭୋଗୀ ସରକାରୀ କର୍ମଚାରୀ ସଂଘ ଗୃହ ପରିସର ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଭିତରେ ଉକ୍ତ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ମିଳିତମଞ୍ଚର ଆବାହକ ତଥା ଶାନ୍ତିକମିଟିର ଅଧ୍ୟକ୍ଷ ଶ୍ରୀ କୈଳାସ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘର ସଭାପତି ଶ୍ରୀ ଗଙ୍ଗାଧର ସ୍ୱାଇଁ ମୁଖ୍ୟ ଅତିଥି ଏବଂ ସାଧାରଣ ସମ୍ପାଦକ ଶ୍ରୀ ଶ୍ୟାମସୁନ୍ଦର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିବା ସହିତ ସଂଘର ବିଭିନ୍ନ ସମସ୍ୟା ଓ ଏହାର ଆଶୁ ସମାଧାନ ଉପରେ ଆଲୋକପାତ କରିଥିଲେ। ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ନିର୍ବାଚନ କାର୍ଯ୍ୟକାଳ ୨ରୁ ୩ବର୍ଷ ମଧ୍ୟରେ ନିୟମବଳୀରେ ଥିବା ସତ୍ତ୍ୱେ ୬ ବର୍ଷରେ ପହଞ୍ଚିଛି। କିନ୍ତୁ ନିର୍ବାଚନ ହୋଇପାରୁନାହିଁ। ଯୋଗଦେଇଥିବା ସମସ୍ତ ପ୍ରତିନିଧି ଏବଂ କର୍ମକର୍ତ୍ତା ପୂର୍ବ କମିଟିରୁ ଇସ୍ତଫା ପତ୍ର ପ୍ରଦାନ କରିବା ସହିତ ନୂତନ ଭାବେ ମାସକ ମଧ୍ୟରେ ନିର୍ବାଚନ କାର୍ଯ୍ୟକ୍ରମ ସମାପ୍ତ କରିବା ପାଇଁ ଗୁରୁତ୍ୱାରୋପ କରି ଶ୍ରୀଯୁକ୍ତ ପ୍ରମୁଖ ଶାସନ ସଚିବ ସ୍ୱରାଷ୍ଟ୍ର ବିଭାଗଙ୍କ ଦୃଷ୍ଟି ଆକର୍ଷଣ ଓ ଯଥାଶୀଘ୍ର ନିର୍ବାଚନ ପାଇଁ ଅନୁମତି ପ୍ରଦାନ ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ପାଇଁ ଦାବି କରିଥିଲେ। ବର୍ତ୍ତମାନ ତିନିଜଣ ବରିଷ୍ଠ ସଦସ୍ୟ ମୃତ୍ୟୁ (୰ ମୁରଲୀଧର ମୁଣ୍ଡୁ, ୰ଲିଙ୍ଗରାଜ କର, ୰ଚନ୍ଦ୍ରଶେଖର ଡାକୁଆ) ବରଣ କରିଥିବାରୁ ତାଙ୍କର ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରି ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ପୂର୍ବ କମିଟିର କେତେକ ସଦସ୍ୟ ମୃତ୍ୟୁବରଣ କରିଥିବା ସ୍ଥଳେ ୨୧ଜଣ ସରକାରୀ ସେବାରୁ ଅବସର ନେଇଛନ୍ତି, ୬ଜଣ ସଦସ୍ୟ ପଦୋନ୍ନତି ପାଇଛନ୍ତି ଏବଂ ୫ଜଣ ସଂଘର ବହିଷ୍କାର ହୋଇଛନ୍ତି। ଆଜିକାର ବୈଠକରେ ୭ଜଣ ଇସ୍ତଫାପତ୍ର ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗକୁ ଦୃଷ୍ଟି ଆକର୍ଷଣ କରି ସଂଘର ନିର୍ବାଚନ ପାଇଁ ପ୍ରାର୍ଥନା କରିଛନ୍ତି। ବୈଠକରେ ୪୧ଜଣ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ବିଭିନ୍ନ ଜିଲ୍ଲାରୁ ନିର୍ବାଚନ କରିବା ପାଇଁ ଫୋନ୍ ମାଧ୍ୟମରେ ସମର୍ଥନ ଜଣାଇ ବୈଠକର ଉତ୍ସାହକୁ ବଢାଇଥିଲେ। ଆଲୋଚନାରେ ଶ୍ରୀ ଗୌରାଙ୍ଗ କର, ଅଚ୍ୟୁତାନନ୍ଦ ଜେନା, ସୁଶାନ୍ତ ମହାପାତ୍ର, ମହାଦେବ ପଟ୍ଟନାୟକ, ଜୟଦେବ ପାଟ୍ଟଶାଣୀ, ରାଜକିଶୋର ପଟ୍ଟନାୟକ, ମୁମ୍‌ତାଜ ଅଲ୍ଲୀ ଖାଁ, ଗୋବର୍ଦ୍ଧନ ବାରିକ, ସୁଶାନ୍ତ କୁମାର ଦାଶ, ଜ୍ୟୋତିରଂଜନ ରାଉତ, ଅଶ୍ୱିନୀ କୁମାର ମିଶ୍ର, ସୁବାଷ ଚନ୍ଦ୍ର ବେହେରା, ଜଗଦିଶ୍ ପଣ୍ଡା, ସୁବାଷ ପ୍ରଧାନ, ତାରିଣୀ ରଥ, ଲକ୍ଷ୍ମୀକାନ୍ତ ଜାନି, କେ. ଆପ୍ପାରାଓ, ପ୍ରମୋଦ କୁମାର ରାଉତ, ଅମରେଶ ପ୍ରସାଦ ମିଶ୍ର, ରାମଚନ୍ଦ୍ର ପରିଡ଼ା, ଜ୍ଞାନେନ୍ଦ୍ର ମଲ୍ଲିକ, ହରମୋହନ ସାହୁ, ତ୍ରିନାଥ ପଣ୍ଡା, କାହ୍ନୁଚରଣ ଦାସ, ସୁବାଷ ଚନ୍ଦ୍ର ଦାସ, ମନିନ୍ଦ୍ର ମିଶ୍ରଙ୍କ ସମେତ ବହୁ ପ୍ରତିନିଧି ଯୋଗଦାନ କରିଥିଲେ ବୋଲି ସଭାରେ ଅଧ୍ୟକ୍ଷତା କରିଥିବା ଶ୍ରୀ କୈଳାସ ଚନ୍ଦ୍ର ମଲ୍ଲିକ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.