Home ଓଡ଼ିଶା ପୁରୀ ପୋଲିସ ଏକ ଡକାୟତ ଦଳକୁ ଗିରଫ କରିବାରେ ସଫଳ

ପୁରୀ ପୋଲିସ ଏକ ଡକାୟତ ଦଳକୁ ଗିରଫ କରିବାରେ ସଫଳ

85

ପୁରୀ, ୨୨/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ପୋଲିସ ୬ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୨ ଟି ବୋମା ସହ ବିଭିନ୍ନ ମାରଣାସ୍ତ୍ର ସହ ୪୫୦୦ ଟଙ୍କା ସହ ମୁହଁ ଢାଙ୍କିବା କୁ ବ୍ୟବହାର କରୁଥିବା କଳା କପଡା ଜବତ କରିଛନ୍ତି। ଗିରଫ ଡକାୟତ ମାନେ ହେଲେ ରାଜସ୍ଥାନ ର ପଙ୍କଜ ଦିପକ ଜାଲି, ବିଜୟ କୁମାର ପବନ, ପଶ୍ଚିମବଙ୍ଗ ଉରୁଲିଆର ରଞ୍ଜିତ ମାଲାକାର୍, କେନ୍ଦୁଝର ବଡବିଲର ଗରିବ ଗିରି, ପୁରୀ କୁମ୍ଭାର ଅଂଚଳର ପ୍ରସନ୍ନ ପ୍ରଧାନ ଓ ପୁରୀ ସଦର ଥାନା ଅଂଚଳର କାର୍ତ୍ତିକ ମାଝି। ପୋଲିସ ସୂଚନା ଅନୁଯାୟୀ ଗତ ବୁଧବାର ବିଳମ୍ବିତ ରାତିରେ କେତେକ ଯୁବକ ଏକତ୍ରୀତ ହୋଇଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ଆଶ୍ରମ ଛକରେ ଚଢାଉ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.