Home ଜିଲ୍ଲା ପରିକ୍ରମା ପୁରାତନ ପୋଲର ଅବସ୍ଥା ସଂଗୀନ ,ଆପ୍ରାଚ ରୋଡ଼ ନଥିବାରୁ କପାଳୀ ପାଟିରେ ଲୀନ ହେବ ଯାତାୟତ...

ପୁରାତନ ପୋଲର ଅବସ୍ଥା ସଂଗୀନ ,ଆପ୍ରାଚ ରୋଡ଼ ନଥିବାରୁ କପାଳୀ ପାଟିରେ ଲୀନ ହେବ ଯାତାୟତ ରାସ୍ତା

11

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଜନସାଧାରଣ ଙ୍କର ସୁଖପ୍ରଦ ଯାତ୍ରା ପାଇଁ କୋଟି କୋଟି ଟଙ୍କାଖର୍ଚ୍ଚ କରି ଯାତାୟତ ରାସ୍ତା ଓ ନଦୀ ଉପରେ ପକ୍କା ପୋଲ ନିର୍ମାଣ କରୁଛନ୍ତି । ହେଲେ ଦୀର୍ଘ ବର୍ଷ ହେବ କପାଳୀ ନଦୀ ଉପରେ ନିର୍ମାଣ ହୋଇଥିବା ପକ୍କା ପୋଲର ବାଡ଼ା ଭାଙ୍ଗି ତାହାର ଅବସ୍ଥା ସଂଗୀନ ହୋଇଥିବା ବେଳେ ,ଏହାର ଉଭୟ ପଟକୁ ସଂଯୋଗ କରିଥିବା ଆପ୍ରେଚ ରାସ୍ତା ନିର୍ମାଣ ହୋଇନି । ଫଳରେ ମୁଖ୍ୟ ରାସ୍ତାରୁ ଉକ୍ତ ପୋଲକୁ ସଂଯୋଗୀ ରାସ୍ତା ନିର୍ମାଣ ହୋଇନଥିବାରୁ ତାହା ଦିନକୁ ଦିନ କ୍ଷୟ ହୋଇ କପାଳୀ ପାଟିରେ ଏହା ଲୀନ ହେବାର ସଂଭାବନା ସୃଷ୍ଟିହୋଇଛି । ବନ୍ତ ବ୍ଳକ ଏହି ପଂଚାୟତ ଅଧିନ ବାଙ୍ଗୋରପଦୀ ଗ୍ରାମ ପାଶ୍ୱର୍ଦେଇ କେଉଁ ଆବାହମାନ କାଳରୁ ପ୍ରବାହିତ ହୋଇଛି କ୍ଷୀଣ ପ୍ରଭା କପାଳୀ ନଦୀ । ଏହା ଉପରେ ଏକ ଏକପକ୍କା ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବହୁ ବର୍ଷ ଧରି ଦାବି ହୋଇଥିଲା । ଯା ହେଉ ବହୁ ବିଳମ୍ବରେ ହେଉପଛେ ଉକ୍ତ ପଦୀ ଉପରେ ଦୀର୍ଘ ପନ୍ଦର ବର୍ଷରୁ ଅଧିକ ହେବ ଏକ ପକ୍କା ପୋଲ ନିର୍ମାଣ କରାଯାଇଥିଲା । ହେଲେ ଉକ୍ତ ପୋଲ ନିର୍ମାଣ ହେବାର ଦୀର୍ଘ ବର୍ଷ ଅତିବାହିତ ହୋଇ ଏହାର ଉଭୟ ପାଶ୍ୱର୍ର ବାଡ଼ା ଭାଙ୍ଗିବାକୁ ବସିିଏହାର ଅବସ୍ଥା ଦିନକୁ ଦିନ ସଂଗୀନ ହୋଇଛି । ଏହାର ପାଖ ଦେଇ ଯାଇଥିବା ବନ୍ତ ଆଗରପଡ଼ା ରାସ୍ତାର ବାଙ୍ଗୋରପଦୀ ଛକଠାରୁ ପକ୍ମା ପୋଲ ପଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନି । ।

ଏହାର ପାଶ୍ୱର୍ରେ ମାଧବାନଂଦ , ଗିରିଧାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଅବସ୍ଥିତ ରହିଛି । ଏହି ରାସ୍ତା ମଧ୍ୟ ମୁଖ୍ୟ ରାସ୍ତା ପାଖରୁ ବାହାରି ୫୩ ନଂ ରାଜ ପଥର ଟିଲୋ ଜାଗୁଳାଇପଦା କୁ ସଂଯୋଗ କରିଛି । କପାଳୀ ନଦୀ ପାଶ୍ୱର୍ରେ ଦୁଇଗୋଟି ଗ୍ରାମ ବାଙ୍ଗୋରପଦୀ,ଜଗଦିଶ ପୁର ଅବସ୍ଥିତ ରହି ଥିବାରୁ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ଉପରେ ପାଂଚଫୁଟ ଉଚ୍ଚର ବନ୍ୟା ଜଳ ସୃଷ୍ଟି ହୁଏ । ଏହାର ପାଖରେ ବିଦ୍ୟାଳୟ ,ପୋଷ୍ଟ ଅଫିସ ଅବସ୍ଥିତ ଥିବାରୁ ପ୍ରତିଦିନ ଗ୍ରାମବାସୀଙ୍କ ସମେତ ଛାତ୍ରଛାତ୍ରୀ ମାନେ ଏହାକୁ ନିଜର ଯାତାୟତ ରାସ୍ତା ଭାବେ ଗ୍ରହଣ କରିଥାନ୍ତି । ବର୍ଷା ଦିନରେ ପୋଲର ଉଭୟପାଶ୍ୱର୍ର ରାସ୍ତା ସଂପୁର୍ଣ୍ଣ ବୁଡ଼ି ଯିବାରୁ ଛାତ୍ରଛାତ୍ରୀଙ୍କଠାରୁ ଗ୍ରାମବାସୀ ଉକ୍ତ ରାସ୍ତା କୁ ଛାଡ଼ି ଦେଢ଼ କିମି ରାସ୍ତା ଅତିକ୍ରମ କରି ଦୋଳପଦୀ କିମ୍ବା ସଖିପାଟଣା ଛକ ରାସ୍ତା ଦେଇ ଉକ୍ତ ସ୍ଥାନରେ ପହଁଚିଥାନ୍ତି । ପୁରାତନ ପୋଲର ବାଡ଼ା ଗୁଡ଼ିକ ଭାଙ୍ଗିଯାଇଥିବାରୁ ଏହା ଗ୍ରାମବାସୀ , ଛାତ୍ରଛାତ୍ରୀ ଓ ପଶୁମାନଙ୍କ ପାଇଁ ବିପଦ ସାଜିଛି । ମୁଖ୍ୟ ରାସ୍ତାରୁ ନଦୀ ପୋଲ ପର୍ଯ୍ୟନ୍ତ ମାତ୍ର ପାଂଚଶହ ମିଟର ରାସ୍ତା ଥିବା ବେଳେ ଆରଡ଼ି ବିଭାଗ କିମ୍ବା ପଂଚାୟତ ପକ୍ଷରୁ ଏହାର ନିର୍ମାଣ ହୋଇପାରିନି । ଉକ୍ତ ରାସ୍ତା ନିର୍ମାଣ ନହେବାରୁ ଏହାର ପାଶ୍ୱ ଦେଇ ଯାଉଥିବା କପାଳୀ ନଦୀ ରେ ପ୍ରତିବର୍ଷ ବନ୍ୟ ଆସି ଯାତାୟତ ରାସ୍ତା କ୍ରମଶଃ କ୍ଷୟ ହେବାକୁ ବସିଛି । ଏହି ସମସ୍ୟାକୁ ବିଭାଗୀୟ ଅଧିକାରୀ ଉପଲବ୍ଧ କରିି ଏହାର ସମାଧାନ କରିବାକୁ ଅଂଚଳବାସୀ ଙ୍କ ତରଫରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.