Home ଜିଲ୍ଲା ପରିକ୍ରମା ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଜରିମାନା

ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଜରିମାନା

12

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ନାବାଳିକା ଯୌନ ଶୋଷଣ ମାମଲାର ବିଚାର କରି ନାୟକାଣୀଡିହି ଥାନା ଅଧୀନସ୍ଥ ତମ୍ଭାଖଣ୍ଡି ଗ୍ରାମର ରଜନୀକାନ୍ତ ନାୟକଙ୍କ ପୁତ୍ର ଜଗା ଓରଫ ରତିକାନ୍ତ ନାୟକ (୩୩) ଙ୍କୁ ଭାରତୀୟ ପିଙ୍ଗଳ କୋର୍ଡର ୩୭୬ (୨) (ଏଫ), ୩୭୬ (୨) (ଏନ) ଓ ନାବାଳିକା ଯୌନ ନିର୍ଯ୍ୟାତନା ଅପରାଧ ନିରୋଧ ଆଇନ୍‌ର ଦଫା ୬ ମୁତାବକ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଅନାଦେୟ ପୁନଶ୍ଚ ୬ ମାସ ଜେଲଦଣ୍ଡ ଆଦେଶ ଆଜି ଦେଇଛନ୍ତି ଭଦ୍ରକର ସ୍ୱତନ୍ତ୍ର ପେସ୍କୋ କୋର୍ଟର ବିଚାରପତି ମୁକ୍ତିରଂଜନ ଶତପଥୀ । ପ୍ରାପ୍ତ ଖବର ଅନୁଯାୟୀ ୧୫ ବର୍ଷିୟା ଜନୈକା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସଂପର୍କ ରଖି ପରେ ତାକୁ ପ୍ରତାରିତ କରିବାରୁ ପୀଡିତା ନିଜେ ନାୟକାଣୀଡିହି ଥାନାରେ ଗତ ୨୦୧୪ ମସିହା ମଇ ମାସ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ଥାନାରେ କେଶ୍ ନଂ ୭୩/୧୪ ରେ ଏକ ମାମଲା ରୁଜୁ କରି ପୁଲିସ୍ ରତିକାନ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ସେ ଗିରଫ ହେବା ପରେ ପୀଡିତା ନିଜର ଅଭିଯୋଗ ନଥିବାର ଦର୍ଶାଇ ସତ୍ୟପାଠ ଦାଖଲ କରିବାରୁ ସେତେବେଳେ ମାନ୍ୟବର କୋର୍ଟ ତାକୁ ଜାମିନ ପ୍ରଦାନ କରିଥିଲେ । ମାତ୍ର ଚାର୍ଜସିଟ୍ ଦାଖଲ ପରେ କୋର୍ଟ ନିଜର ବୟାନ ବଦଳାଇ ପୀଡିତା ରତିକାନ୍ତଙ୍କ ବିରୁଦ୍ଧରେ ବୟାନ ଦେବାରୁ ମାନ୍ୟବର କୋର୍ଟ ତାଙ୍କୁ ଦୋଷ୍ୟ ସାବ୍ୟସ୍ତ କରି ଆଜି ଉପରୋକ୍ତ ମାମଲାରେ ଦଣ୍ଡିତ କରିଛନ୍ତି । ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.