Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତଭୁକ୍ତ ପାଇଁ ଦାବି

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତଭୁକ୍ତ ପାଇଁ ଦାବି

6

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟ ରାସ୍ତାରୁ ବିଭିନ୍ନ ଗ୍ରାମକୁ ସଂଯୋଗ କରିଥିବା ରାସ୍ତା କୁ ପ୍ରଧାମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତଭୁକ୍ତ କରିବାପାଇଁ ସରକାର ଯୋଜନା କରିଛନ୍ତି ।ଏହି ପରିପ୍ରେକ୍ଷିରେ ବନ୍ତ -ଆଗରପଡ଼ା ରାସ୍ତାର ନିମପଡ଼ା ଛକଠାରୁ ଧନିଓଝାକୁ ସଂଯୋଗ କରିଥିବା ମାଟି ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତଭୁକ୍ତ କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଉକ୍ତ ରାସ୍ତା ରାମଚନ୍ଦ୍ରପୁର ପଂଚାୟତର ନିମପଡ଼ା ଛକ ଠାରୁ ବାହାରି ବନ୍ତ -ଓରାଳି ଆରଡ଼ି ରାସ୍ତାକୁ ସଂଯୋଗ କରିଛି । ଏହି ରାସ୍ତାର ମଧ୍ୟମ ସ୍ଥଳରେ ମଧ୍ୟ ବିଦ୍ୟାଧରପୁର ରୁ ବାହାରିଥିବା କେନାଲ ରାସ୍ତା ଶାଳଣିଆ ଠାରେ ପହଁଚିଛି ।ଏହି କେନାଲ ରାସ୍ତା ସହ ଉକ୍ତ ରାସ୍ତା ସୁଗମ ଥିବାରୁ ଉକ୍ତ ରାସ୍ତା ଦେଇ ଦୈନ ଦିନ ରାମଚନ୍ଦ୍ରପୁର ପଂଚାୟତର ନିମପଡ଼ା, ପାଟଣା, ରାମଚନ୍ଦ୍ରପୁର ,ସାହରାଗଢିଆ,ସାନବର୍ଚ୍ଚିକୟାଁ,ବରପଦୀ,ସିଲନ୍ଦି,ଖପରାଖାଇ,ଗୋବିନ୍ଦପୁର,କରାଣ୍ଡି ଗଢ଼ିଆ ସହ ବନ୍ତ ପଂଚାୟତର ରଘୁନାଥପୁର,ଗଭରପୁର,ଧନିଓଝା,ଅଜାଣଗଢ଼ିଆ, ରାମପୁର,ବରକୋଣା,ଆପଣ୍ଡା,ପୁରୁଷୋତମପୁର ,ଟିଲୋ,ସଖିପାଟଣା ସହ କେନାଲ ପାଖରେ ଅବସ୍ଥିତ ଥିବା ଗ୍ରାମର ଅଧିବାସୀମାନେ ଉକ୍ତ ରାସ୍ତା ନିଜର ଯାତାୟତ ରାସ୍ତାଭାବେ ଗ୍ରହଣ କରନ୍ତି । ଉକ୍ତ ରାସ୍ତା ଏକପକ୍ଷରେ ବନ୍ତ ତହସିଲ, ବ୍ଲକ ସହ ଓରାଳି ,ବସନ୍ତିଆ କୁ ସଂଯୋଗ କରିଥିଲା ବେଳେ ଅନ୍ୟ ପଟ ର ରାସ୍ତା ବନ୍ତ ଆଗରପଡ଼ା ମୁଖ୍ୟ ରାସ୍ତାକୁ ଯଂଯୋଗ କରିଛି । ଏହି ରାସ୍ତାକୁ ନିର୍ମାଣ ପାଇଁ ଦୁଇ ପଂଚାୟତର ଅଧିବାସୀ ମାନେ ଦୀର୍ଘ ଦିନର ଦାବିପରେ ଏହାକୁ ମାଟି ରାସ୍ତାରେ ନିର୍ମାଣ ହୋଇଛି ।

ଏହି ରାସ୍ତା ବିଭିନ୍ନ ସ୍ଥାନକୁ ସଂଯୋଗ ସହ ବିଶେଷ କରି ଶହଶହ ଏକର ଚାଷ କ୍ଷେତକୁ ଏହା ସୁଗମ ଥିବାରୁ ଲୋକମାନେ ନିଜର ସୁବିଧା ପାଇଁ ଗ୍ରୀଷ୍କ ଋୁତୁରେ ଏହାକୁ ଅଧିକ ବ୍ୟବହାର କରୁଛନ୍ତି । ଏହି ରାସ୍ତା କଚ୍ଚା ରାସ୍ତା ଥିବାରୁ ବର୍ଷା ହେଲେ ଏଥିରେ ଯାତାୟତ କରିବା ଅସମ୍ଭବ ହୋଇପଡ଼ୁଛି । ଉକ୍ତ ରାସ୍ତା ଦେଇ ମୁଖ୍ୟ ସ୍ଥାନରେ ପହଁଚିବାକୁ ମାତ୍ର ଦୁଇ କି.ମି ଥିବା ବେଳେ ବର୍ଷା ଦିନରେ ତାହା ୮କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରନ୍ତି । ଅନ୍ୟପକ୍ଷରେ ବନ୍ତ ପକ୍ଷରୁ ବରକୋଣା ଠାରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ସହ ଏହାର ବାଇଁଣ୍ଡେରୀ ୱାଲ ନିର୍ମାଣ ହେବାବୁ ଯାଉଛି । ସମସ୍ତ ଦୃଷ୍ଟି କୋଣରୁ ଉକ୍ତ ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହାକୁ ସବୁଦିନଆ ରାସ୍ତାରେ ନିର୍ମାଣ ପାଇଁ ପିଚୁରାସ୍ତାରେ ପରିଣତକରିବା ଏକାନ୍ତ ଜରୁରି ହୋଇଛି । ଏହି ରାସ୍ତା ନିର୍ମାଣ ହେଲେ ଏହା ଏକ ପାଶ୍ୱର୍ରେ ୫୩ ନଂ. ରାଜ୍ୟ ରାଜପଥ ଭଦ୍ରକ -ଆନଂଦପୁର ରାସ୍ତାର ବନ୍ତ – ବସନ୍ତିଆ ଏବଂ ଅନ୍ୟ ପଥରେ ବନ୍ତ ଓ ଆଗରପଡ଼ା ରାସ୍ତାକୁ ସଂଯୋଗ ହେବା ସହ ଜନସାଧାରଣ ଙ୍କର ଯାତାୟତରେ ବହୁ ସୁବିଧା ହୋଇପାରିବ ବୋଲି କୁହାଯାଉଛି । ଏହି ରାସ୍ତାର ଗୁରୁତ୍ୱ କୁ ଉପଲବଧିକରି ବିଭାଗୀୟ ଅଧିକାରୀ ଓ ରାଜନେତା ମାନେ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତଭୁକ୍ତ କରାଯିବାକୁ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.