Home ଓଡ଼ିଶା ପୁବର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଅସୁସ୍ଥ ,ଶ୍ରୀ ଦୋରାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ...

ପୁବର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଅସୁସ୍ଥ ,ଶ୍ରୀ ଦୋରାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ଭାଜପା ରାଜ୍ୟ ସଭାପତି ଓ ଭାଜପା ନେତା ମାନେ

138

ମାଲକାନଗିରି,୨୭ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୁବ ର୍ତନ ବିଧାୟକ ତଥା ଓଡିଶା ବିଧାନ ସଭାର ପୁବ ର୍ତନ ଉପବାଚସ୍ପତି ଆଦିବାସୀ ନେତା ପ୍ରହ୍ଲାଦ ଦୋରାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗରୁତର ରହିଛି । ସେ ଗତ କିଛି ଦିନହେଲା ପେଟ ଓ ସ୍ୱାଶ ରୋଗରେ ପିଡିତ ଥିଲେ,ହଟାତ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥ ଏମ୍ସ ହସପିଟାଲ କୁ ଉଚ୍ଚତର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି । ଏ ଖବର ପାଇ ରାଜ୍ୟ ଭାଜପା ସଭାପତି ସମିର ମହାନ୍ତି,ଉପସଭାପତି ସୁରମା ପାଢୀ ଓ ଭୃଗୁ ବକ୍ସିପାତ୍ର,ରାଜ୍ୟ ଭାଜପା ମୁଖପାତ୍ର ବିରଚିଂନାରାୟଣ ତ୍ରୀପାଠୀ ପ୍ରମୁଖ ଏମ୍ସ ହସପିଟାଲକୁ ଯାଇ ଶ୍ରୀ ଦୋରାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ଉତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ଦୋରାଙ୍କ ନିଜଘର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ପାଙ୍ଗାମ ଆଦିବାସୀ ଗ୍ରାମରେ ,ଶ୍ରୀ ଦୋରା ଜଣେ ବରିଷ୍ଟ ଆଦିବାସୀ ନେତା ସହ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଦୁଇ ଦୁଇ ଥର ଓଡିଶା ବିଧାନ ସଭାର ଉପବାଚସ୍ପତି ଭାବେ ମନୋନିତ ହୋଇଥିଲେ । ସେ କିଛି ମାସ ପାଇଁ ବିଧାନ ସଭାର ବାଚସ୍ପତି ଦାଇତ୍ୱ ନେଇ ସୁଚାରୁଭାବେ କାର୍ଯ୍ୟ ତୁଲାଇଥିଲେ ।ତାଙ୍କର ଅସୁସ୍ଥ ଖବର ପାଇ ମାଥିଲି ଅଚଂଳବାସୀଙ୍କ ସହିତ ସମଗ୍ର ଜିଲ୍ଲାବାସୀ ଅସୁଆରୋଗ୍ୟ କାମନା କରିଛନ୍ତି । ଶ୍ରୀ ଦୋରା ଗତ ମାସକ ତଳେ ଅସୁସ୍ଥ ହୋଇ ଭୁବନେଶ୍ୱର ସମ ହସପିଟାଲରେ ଚିକିତ୍ସିତ ହୋଇ ଭଲ ହେବାପରେ ନିଜଘରକୁ ଫେରିଆସିଥିଲେ । ପୁଣି ସେ ଅସୁସ୍ଥ ହେବାରୁ ତାଙ୍କୁ ଏମ୍ସ ହସପିଟାଲରେ ଭର୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.